independenceday-2016

Press Information Bureau

Government of India

Prime Minister's Office

72 ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

Posted On :15, August 2018 13:35 IST

ମୋର ପ୍ରିୟ ଦେଶବାସୀଗଣ,

ସ୍ୱାଧୀନତାର ପବିତ୍ର ପର୍ବ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।

ଆଜି ଦେଶ ଏକ ଆତ୍ମ ବିଶ୍ୱାସରେ ଭରି ଉଠିଛି । ସ୍ୱପ୍ନକୁ ସଂକଳ୍ପ ସହିତ, ପରିଶ୍ରମରର ପରାକାଷ୍ଠା କରି ଚାଲି ଦେଶ ନୂତନ ଶିଖରକୁ ଅତିକ୍ରମ କରୁଛିଆଜିର ସୂର୍ଯ୍ୟଉଦୟ ଏକ ନୂତନ ଚେତନା, ନୂତନ ଉତ୍ସାହ, ନୂତନ ଉର୍ଜ୍ଜା ନେଇ କରି ଆସିଛି ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ 12  ବର୍ଷରେ ଥରେ ନୀଳକୁରିଞ୍ଜୀ ଫୁଲ ଫୁଟିଥାଏ । ଚଳିତ ବର୍ଷ ଦକ୍ଷିଣର ନୀଳଗିରି ପାହାଡରେ ଏହି ଆମର ନୀଳକୁରିଞ୍ଜୀ ଫୁଲ ଯେପରି ଭାବେ ମାନନ୍ତୁ ତ୍ରିରଙ୍ଗା ପତାକାର ଅଶୋକ ଚକ୍ର ଭଳି ଦେଶର ସ୍ୱାଧୀନତାର ପର୍ବରେ ତରଙ୍ଗାୟିତ ହେଉଛି ।

ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତାର ଏହି ପର୍ବ ଆମେ ସେତେବେଳେ ପାଳନ କରୁଛୁ, ଯେତେବେଳେ ଆମର ଝିଅମାନେ ଉତ୍ତରାଖଣ୍ଡ, ହିମାଚ, ମଣିପୁର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ- ଏହି ରାଜ୍ୟମାନଙ୍କରେ ଥିବା ଆମର ଝିଅମାନେ ସାତ ସମୁଦ୍ର ପାର କଲେ ଆଉ ସାତ ସମୁଦ୍ରକୁ ତ୍ରିରଙ୍ଗାର ରଙ୍ଗରେ ରଙ୍ଗାୟିତ କରି ଆମମାନଙ୍କ ଗହଣକୁ ଫେରି ଆସିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ସ୍ୱାଧୀନତାର ପର୍ବ ଆଜି ଆମେ ସେହି ସମୟରେ ପାଳନ କରୁଛେ, ଯେତେବେଳେ ଏଭରେଷ୍ଟ ବିଜୟୀ ତ ବହୁତ ହେଲେ, ଅନେକ ଆମର ବୀରମାନେ, ଆମର ଅନେକ ଝିଅମାନେ ଏଭରେଷ୍ଟ ଉପରକୁ ଯାଇ ତ୍ରିରଙ୍ଗା ପତାକା ଉଡାଇଛନ୍ତି । କିନ୍ତୁ ଏହି ସ୍ୱାଧୀନତାର ପର୍ବରେ ଏହି କଥାକୁ ମନେ ପକାଇବି କି ଆମର ଦୂର-ଦୂରାନ୍ତର ଜଙ୍ଗଲମାନଙ୍କରେ ଜୀଉଁଥିବା ଛୋଟ-ଛୋଟ କୋମଳମତି ଆଦିବାସୀ ପିଲାମାନେ ଏଥର ଏଭରେଷ୍ଟରେ ତ୍ରିରଙ୍ଗା ପତାକା ଉଡାଇ ତ୍ରିରଙ୍ଗା ପତାକାର ମାନ ସମ୍ମାନକୁ ଆହୁରି ବଢ଼ାଇ ଦେଇଛନ୍ତି

ମୋର ପ୍ରିୟ ଦେଶବାସୀଗଣ, ଏବେ ଏବେ ଲୋକସଭା, ରାଜ୍ୟସଭାର ଅଧିବେଶନ ସମାପ୍ତ ହୋଇଛି । ଆପଣ ଦେଖିଥିବେ କି ସଦନ ବହୁତ ଭଲ ଢ଼ଂଗରେ ଚାଲିଲା ଆଉ ଗୋଟିଏ ପ୍ରକାରରେ ସଂସଦର ଏହି ଅଧିବେଶନ ସଂପୂର୍ଣ୍ଣ ଭାବେ ସାମାଜିକ ନ୍ୟାୟକୁ ସମର୍ପିତ ରହିଥିଲା । ଦଳିତ ହୁଅନ୍ତୁ, ପିଡ଼ୀତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ମହିଳା ହୁଅନ୍ତୁ ସେମାନଙ୍କର ଅଧିକାରର ସୁରକ୍ଷା କରିବା ପାଇଁ ଆମର ସଂସଦ ସଂବେଦନଶୀଳତା ଏବଂ ସଜାଗତା ସହିତ ସାମାଜିକ ନ୍ୟାୟକୁ ଆହୁରି ଅଧିକ ବଳବାନ କରିଲା ।

ଓବିସି ଆୟୋଗଙ୍କୁ ବର୍ଷ ବର୍ଷ ଧରି ସାମ୍ବିଧାନିକ ସ୍ଥାନ ପାଇଁ ଦାବି କରାଯାଉଥିଲା । ଏଥର ସଂସଦ ପଛୁଆ, ଅତି ପଛୁଆ, ସେହି ଆୟୋଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେଇ, ଏକ ସାମ୍ବିଧାନିକ ବ୍ୟବସ୍ଥା ଦେଇ, ସେମାନଙ୍କର ଅଧିକାରର ରକ୍ଷା କରିବାର ପ୍ରୟାସ କରିଛି ।

ଆମେ ଆଜି ସେହି ସମୟରେ ସ୍ୱାଧୀନତାର ପର୍ବ ପାଳନ କରୁଛେ, ଯେତେବେଳେ ଆମର ଦେଶରେ ସେହି ଖବରଗୁଡ଼ିକ ଦେଶରେ ନୂତନ ଚେତନା ଆଣିଛି, ଯିଏ ପ୍ରତ୍ୟେକ ଭାରତୀୟ ଯିଏ କି ଦୁନିଆର କୌଣସି ନା କୌଣସି କୋଣରେ ଥିଲେ ମଧ୍ୟ , ଆଜି ଏହି କଥା ନେଇ ଗର୍ବ କରୁଛନ୍ତି କି, ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥବ୍ୟବସ୍ଥା ହୋଇ ନିଜର ନାମକୁ ପଞ୍ଜିକୃତ କରାଇ ଦେଇଛି । ଏଭଳି ଏକ ସକାରାତ୍ମକ ପରିବେଶରେ, ସକାରାତ୍ମକ ଘଟଣାବଳୀର ଶୃଙ୍ଖଳା ମଧ୍ୟରେଆମେ ଆଜି ଆମେ  ସ୍ୱାଧୀନତାର ପର୍ବ ପାଳନ କରୁଛେ ।

ଦେଶକୁ ସ୍ୱାଧୀନତା ଆଣିଦେବା ପାଇଁ ପୂଜ୍ୟ ବାପୁଙ୍କ ନେତୃତ୍ୱରେ ଲକ୍ଷାଧିକ ଲୋକ ନିଜର ଜୀବନ ନିୟୋଜିତ କରିଦେଲେ, ଯୁବାବସ୍ଥା ଜେଲରେ ବିତାଇଦେଲେ । ବହୁ ବିପ୍ଳବୀ ମହାପୁରୁଷମାନେ ଫାଶୀ ଖୁଂଟରେ ଝୁଲି ଦେଶର ସ୍ୱାଧୀନତା ପାଇଁ ଫାଶୀର ଫନ୍ଦାକୁ ଆଲିଙ୍ଗନ କରି ନେଇଥିଲେ । ମୁଁ ଆଜି ଦେଶବାସୀଙ୍କ ତରଫରୁ ସ୍ୱାଧୀନତାର ଏହି ବୀର ସଂଗ୍ରାମୀମାନଙ୍କୁ ହୃଦୟର ସହିତ ପ୍ରଣାମ କରୁଛି, ଅନ୍ତରର ସହିତ ପ୍ରଣାମ ଜଣାଉଛି । ଯେଉଁ ତ୍ରିରଙ୍ଗା ପତାକାର ମାନ-ସମ୍ମାନ ଓ ମର୍ଯ୍ୟାଦା ପାଇଁ, ଆମକୁ ଜୀଇଁବା-ଲଢ଼ିବା ପାଇଁ, ମରିବା-ମାଟିରେ ମିଶିଯିବା ପାଇଁ ପ୍ରେରଣା ଦେଉଛି, ଯେଉଁ ତ୍ରିରଙ୍ଗାର ସମ୍ମାନ ପାଇଁ ଦେଶର ସେନାବାହିନୀର ଯବାନ ନିଜ ଜୀବନର ଆହୁତି ଦେଇ ଦେଉଛନ୍ତି, ଆମର ଅର୍ଦ୍ଧସୈନିକ ବଳ ଜୀବନ ସମର୍ପଣ କରି ଦେଉଛନ୍ତି, ଆମ ପୁଲିସ ବଳର ଯବାନ ସାଧାରଣ ମଣିଷର ରକ୍ଷା ପାଇଁ ଦିନ ରାତି ଦେଶସେବାରେ ଲାଗି ରହିଛନ୍ତି ।

ମୁଁ ସେନାବାହିନୀର ସମସ୍ତ ଯବାନଙ୍କୁ, ଅର୍ଦ୍ଧସୈନିକ ବଳକୁ, ପୁଲିସର ଯବାନଙ୍କୁ, ସେମାନଙ୍କର ମହାନ ସେବା ପାଇଁ, ସେମାନଙ୍କର ତ୍ୟାଗ ତପସ୍ୟା ପାଇଁ, ସେମାନଙ୍କର ପରାକ୍ରମ ଏବଂ ପୁରୁଷାର୍ଥ ପାଇଁ ଆଜି ତ୍ରିରଙ୍ଗା ପତାକାକୁ ସାକ୍ଷୀ ରଖି ମୁଁ ଲାଲକିଲ୍ଲାର ପ୍ରାଚୀରରୁ ଶତ-ଶତ ପ୍ରଣାମ କରୁଛି ଆଉ ସେମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଏବେ ଦେଶର ଭିନ୍ନ-ଭିନ୍ନ ଭାଗରେ ଭଲ ବର୍ଷାର ଖବର ଆସୁଛି, ତ ତାସହିତ ବନ୍ୟାର ଖବର ମଧ୍ୟ ଆସୁଛି । ଅଧିକ ବର୍ଷା ଏବଂ ବନ୍ୟା ଯୋଗୁଁ ଯେଉଁ ପରିବାର ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି, ଯେଉଁମାନଙ୍କୁ ଅସୁବିଧା ସହିବାକୁ ପଡ଼ିଛି, ସେହି ସମସ୍ତଙ୍କ ପ୍ରତି ଦେଶ ସଂପୂର୍ଣ୍ଣ ଶକ୍ତିର ସହିତ ସେମାନଙ୍କର ସହାୟତା ପାଇଁ ଠିଆ ହୋଇଛି ଆଉ ଯେଉଁମାନେ ନିଜର ଲୋକଙ୍କୁ ହରାଇଛନ୍ତି, ସେମାନଙ୍କ ଦୁଃଖରେ ମୁଁ ସହଭାଗୀ ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ବୈଶାଖୀ ଆମର ଜାଲିଆନାୱାଲାବାଗର ନରସଂହାରର ଶହେ ବର୍ଷ ହେବାକୁ ଯାଉଛି । ଦେଶର ସାଧାରଣ ଲୋକ ଦେଶ ସ୍ୱାଧୀନତା ପାଇଁ କିଭଳି ଭାବେ ଜୀବନକୁ ବାଜି ଲଗାଇ ଦେଇଥିଲେ ଆଉ ଅତ୍ୟାଚାରର ସୀମା କିପରି ଲଙ୍ଘିଥିଲେ, ଜାଲିଆନାୱାଲାବାଗ ଆମ ଦେଶର ସେହି ବୀରମାନଙ୍କର ତ୍ୟାଗ ଏବଂ ବଳୀଦାନର ସନ୍ଦେଶ ଦେଉଛି । ମୁଁ ସେହି ସମସ୍ତ ବୀରମାନଙ୍କୁ ହୃଦୟର ସହିତ, ଆଦରର ସହିତ ପ୍ରଣାମ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଏହି ସ୍ୱାଧୀନତା ଖାଲି ଏଭଳି ଭାବରେ ମିଳି ନାହିଁ । ପୂଜ୍ୟ ବାପୁଙ୍କ ନେତୃତ୍ୱରେ ଅନେକ ମହାପୁରୁଷ, ଅନେକ ବୀର ପୁରୁଷ, ବିପ୍ଳବୀମାନଙ୍କ ନେତୃତ୍ୱରେ ଅନେକ ଯୁବକ, ସତ୍ୟାଗ୍ରହର ଦୁନିଆ ସହିତ ଜଡ଼ିତ ଲୋକମାନେ ନିଜର ଯୁବାବସ୍ଥା ଜେଲରେ ବିତାଇ ଦେଇଥିଲେ । ଦେଶର ସ୍ୱାଧୀନତା ପାଇଁ, କିନ୍ତୁ ସ୍ୱାଧୀନତାର ଏହି ସଙ୍ଘର୍ଷରେ ସ୍ୱପ୍ନ ମଧ୍ୟ ବୁଣିଥିଲେ । ଭାରତର ଭବ୍ୟ ରୂପକୁ ମଧ୍ୟ ସେମାନେ ନିଜ ମନ ଭିତରେ ଆଙ୍କିଥିଲେ । ସ୍ୱାଧୀନତାର ଅନେକ ବର୍ଷ ପୂର୍ବେ ତାମିଲନାଡ଼ୁର ରାଷ୍ଟ୍ରକବି ସୁବ୍ରମଣ୍ୟମ ଭାରତୀ ନିଜ ସ୍ୱପ୍ନକୁ ଶବ୍ଦରେ ଗୁନ୍ଥିଥିଲେ । ସେ ଲେଖିଥିଲେ -

ଏଲାରୁମ ଅମର ନିଲୀୟଇ ଏଡୁମନନ ମୁରେୟଇ

ଇଣ୍ଡିଆ ଅଲିଗିରି କୁ ଲିକୁମ

ଇଣ୍ଡିଆ କୁଲାଗିରି କୁ ଲିକୁମ

ଅର୍ଥାତ ଭାରତ, ସେ ସ୍ୱାଧୀନତା ପରେ କଣ ସ୍ୱପ୍ନ ଦେଖିଥିଲେ? ସୁବ୍ରମଣ୍ୟମ ଭାରତୀ କହିଥିଲେ- ଭାରତ ସମଗ୍ର ବିଶ୍ୱରେ ପ୍ରତ୍ୟେକ ପ୍ରକାରର ବନ୍ଧନରୁ ମୁକ୍ତି ପାଇଁ ରାସ୍ତା ଦେଖାଇବ ।

ମୋର ପ୍ରିୟ ଦେଶବାସୀଗଣ, ଏହି ମହାପୁରୁଷମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ଇଚ୍ଛାଗୁଡ଼ିକୁ ପରିପୂର୍ଣ୍ଣ କରିବା ପାଇଁ, ଦେଶର କୋଟି କୋଟି ଜନତାଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସ୍ୱାଧୀନତା ପରେ ପୂଜ୍ୟ ବାବାସାହେବ ଆମ୍ବେଦକର ମହାଶୟଙ୍କ ନେତୃତ୍ୱରେ ଭାରତ ଏକ ସମାବେଶୀ ସମ୍ବିଧାନ ନିର୍ମାଣ କଲା । ଏହା ହେଉଛି ଆମର ସମାବେଶୀ ସମ୍ବିଧାନ ଏକ ନୂତନ ଭାରତର ନିର୍ମାଣର ସଂକଳ୍ପ ନେଇ ଆସିଛି । ଆମ ପାଇଁ କିଛି ଦାୟିତ୍ୱ ନେଇ କରି ଆସିଛି । ଆମ ପାଇଁ ସୀମାରେଖା ସ୍ଥିର କରି ଆସିଛି । ଆମ ସ୍ୱପ୍ନକୁ ସାକାର କରିବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ପ୍ରତ୍ୟେକ ଅଂଚଳକୁ, ଭାରତର ପ୍ରତ୍ୟେକ ଭୂଭାଗକୁ ସମାନ ରୂପରେ ସୁଯୋଗ ମିଳୁ ଆଗକୁ ନେଇ ଯିବା ପାଇଁ; ଆମର ସମ୍ବିଧାନ ଆମକୁ ମାର୍ଗଦର୍ଶନ କରି ଚାଲିଥାଏ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମ ସମ୍ବିଧାନ ଆମକୁ କହୁଛି କି, ଭାରତର ତ୍ରିରଙ୍ଗା ପତାକାରୁ ଆମକୁ ପ୍ରେରଣା ମିଳିଥାଏ - ଗରିବ ମାନଙ୍କୁ ନ୍ୟାୟ ମିଳୁ, ସମସ୍ତଙ୍କୁ, ଜନ-ଜନକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳୁ, ଆମର ନିମ୍ନ ମଧ୍ୟବିତ୍ତ ବର୍ଗ, ମଧ୍ୟମ ବର୍ଗ, ଉଚ୍ଚ ମଧ୍ୟମ ବର୍ଗ, ସେମାନଙ୍କୁ ଆଗକୁ ବଢ଼ିବା ପାଇଁ କୌଣସି ପ୍ରତିବନ୍ଧକ ନ ଆସୁ, ସରକାରୀ କଟକଣା ନ ଆସୁ, ସମାଜ ବ୍ୟବସ୍ଥା ସେମାନଙ୍କ ସ୍ୱପ୍ନକୁ ଚାପି ନ ଦେଉ, ସେମାନଙ୍କୁ ସର୍ବାଧିକ ସୁଯୋଗ ମିଳୁ, ସେମାନେ ଯେତେ ସଫଳତା ପାଇବାକୁ ଚାହାଁନ୍ତି, ପ୍ରସ୍ଫୁଟିତ ହେବାକୁ ଚାହାଁନ୍ତି, ଆମେ ଏଭଳି ଏକ ବାତାବରଣ ସୃଷ୍ଟି କରିବା ।

ଆମ ବରିଷ୍ଠ ନାଗରିକ ହୁଅନ୍ତୁ, ଆମର ଦିବ୍ୟାଙ୍ଗ ଜନ ହୁଅନ୍ତୁ, ଆମର ମହିଳା ମାନେ ହୁଅନ୍ତୁ, ଆମର ଦଳିତ, ପିଡ଼ୀତ, ଶୋଷିତ, ଆମ ଜଙ୍ଗଲରେ ଜୀବନ ବିତାଉଥିବା ଆଦିବାସୀ ଭାଇ ଭଉଣୀ ହୁଅନ୍ତୁ, ପ୍ରତ୍ୟେକଙ୍କୁ ସେମାନଙ୍କର ଆଶା ଆଉ ଅପେକ୍ଷା ଗୁଡ଼ିକ ଅନୁସାରେ ଆଗକୁ ବଢ଼ିବାର ସୁଯୋଗ ମିଳୁ । ଗୋଟିଏ ଆତ୍ମନିର୍ଭରଶୀଳ ହିନ୍ଦୁସ୍ଥାନ ହେଉ, ଏକ ସାମର୍ଥ୍ୟବାନ ହିନ୍ଦୁସ୍ଥାନ ହେଉ, ଏକ ନିରନ୍ତର ବିକାଶର ଗତିକୁ ଅତୁଟ ରଖିବା ଭଳି, କ୍ରମାଗତ ଭାବେ ନୂତନ ଶିଖରକୁ ଅତିକ୍ରମ କରିବା ଭଳି ହିନ୍ଦୁସ୍ଥାନ ହେଉ, ଦୁନିଆରେ ହିନ୍ଦୁସ୍ଥାନର ମାନ୍ୟତା ରହୁ, ଆଉ ଏତିକି ହିଁ ନୁହେଁ, ଆମେ ଚାହୁଁଛୁ କି ଦୁନିଆରେ ହିନ୍ଦୁସ୍ଥାନର ଚମକ ଦମକ ମଧ୍ୟ ରହୁ ସେଭଳି ହିନ୍ଦୁସ୍ଥାନ ନିର୍ମାଣ କରିବା ପାଇଁ ଆମେ ଚାହୁଁଛୁ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ପ୍ରଥମରୁ ମଧ୍ୟ ଟିମ ଇଣ୍ଡିଆର କଳ୍ପନା ଆପଣମାନଙ୍କ ସାମ୍ନାରେ ରଖିଛି । ଯେତେବେଳେ ଶହେ ପଚିଶ କୋଟି ଦେଶବାସୀଙ୍କ ଭାଗିଦାରୀ ହୋଇଥାଏ, ଜନ-ଜନ ଦେଶକୁ ଆଗକୁ ବଢ଼ାଇ ନେବା ପାଇଁ ଆମର ସାଙ୍ଗରେ ଯୋଡ଼ି ହୋଇ ଥାଆନ୍ତି, ଶହେ ପଚିଶ କୋଟି ସ୍ୱପ୍ନ, ଶହେ ପଚିଶ କୋଟି ସଂକଳ୍ପ, ଶହେ ପଚିଶ କୋଟି ପୁରୁଷାର୍ଥ, ଯେତେବେଳେ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ସଠିକ ମାର୍ଗରେ ଚାଲି ଥାଆନ୍ତି, ତ କଣ କିଛି ହୋଇ ନ ପାରେ?

ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ମୁଁ ଆଜି ବଡ଼ ବିନମ୍ରତାର ସହିତ, ବଡ଼ ଆଦରର ସହିତ ଏହା ନିଶ୍ଚୟ କହିବାକୁ ଚାହିଁବି କି 2014ରେ ଏହି ଦେଶର ଶହେ ପଚିଶ କୋଟି ନାଗରିକ ସରକାର ବାଛି ଥିଲେ ତ ସେମାନେ କେବଳ ସରକାର ଗଠନ କରି, ଅଟକି ନ ଥିଲେ । ସେମାନେ ଦେଶ ନିର୍ମାଣ ପାଇଁ ମଧ୍ୟ ଯୋଡ଼ି ହୋଇଥିଲେ । ଆଉ ଯୋଡ଼ି ହୋଇ ରହିବେ ମଧ୍ୟ । ମୁଁ ବୁଝି ପାରୁଛି କି ଏହା ତ ହେଉଛି ଆମ ଦେଶର ଶକ୍ତି । ଶହେ ପଚିଶ କୋଟି ଦେଶବାସୀ, ହିନ୍ଦୁସ୍ଥାନର ଛଅ ଲକ୍ଷରୁ ଅଧିକ ଗାଁ । ଆଜି ହେଉଛି ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ । ଶ୍ରୀ ଅରବିନ୍ଦ ବହୁତ ସଠିକ କଥା କହିଥିଲେ । ରାଷ୍ଟ୍ର ହେଉଛି କ, ଆମର ମାତୃଭୂମି ହେଉଛି କ, ଏହା କୌଣସି ଜମିର ଏକ ଅଂଶ ନୁହେଁ, ନା ଏହା କେବଳ ଏହା ଏକ ସମ୍ବୋଧନ, ନା ହିଁ ଏହା କୌଣସି ଏକ ସାଧାସିଧା କଳ୍ପନା । ରାଷ୍ଟ୍ର ହେଉଛି ଏକ  ବିଶାଳ ଶକ୍ତି ଯାହା ଅସଂଖ୍ୟ ଛୋଟ ଛୋଟ ଶାଖାମାନଙ୍କୁ ସଙ୍ଗଠିତ ଉର୍ଜ୍ଜାର ମୂର୍ତ୍ତିମନ୍ତ ରୂପ ଦେଇଥାଏ । ଶ୍ରୀ ଅରବିନ୍ଦଙ୍କର ଏହି କଳ୍ପନା ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କୁ, ଦେଶକୁ ଆଗକୁ ନେଇଯିବା ପାଇଁ ଯୋଡ଼ୁଛି । ଆମେ ଆଗକୁ ଯାଉଛେ, ତାହା ଜଣା ମଧ୍ୟ ପଡ଼ୁନାହିଁ । ଯେ ପର୍ଯ୍ୟନ୍ତ ଆମେ କେଉଁଠାରୁ ଆରମ୍ଭ କରିଥିଲେ, ତାଉପରେ ଯଦି ଆମେ ଦୃଷ୍ଟି ଦେବା କେଉଁଠାରୁ ଆମେ ଯାତ୍ରା ଆରମ୍ଭ କରିଥିଲେ, ଯଦି ସେହି ଆଡ଼କୁ ଦେଖିବା ନାହିଁ, ତ କୁଆଡ଼େ ଯାଇଛେ, କେତେ ବାଟ ଯାଇଛେ, ତାହାର ଅନୁମାନ ବୋଧ ହୁଏ ଲଗାଇ ପାରିବା ନାହିଁ । ଆଉ ଏଥିପାଇଁ 2013ରେ ଆମ ଦେଶ ଯେଉଁ ଗତିରେ ଚାଲୁଥିଲା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ 2013ର ଗତି ଥିଲା, ସେହି 2013ର ଗତିକୁ ଯଦି ଆମେ ଆଧାର କରି ଚିନ୍ତା କରିବା ଆଉ ବିଗତ ଚାରି ବର୍ଷରେ ଯେଉଁ କାର୍ଯ୍ୟ ହୋଇଛି, ସେହି କାର୍ଯ୍ୟର ଆପଣ ଯଦି ଚିଠା ତିଆରି କରିବେ, ତ ଆପଣମାନେ ଆଶ୍ଚର୍ଯ୍ୟ ହେବେ କି ଦୁଇଟିଯାକର ଗତି, ବେଗ କିଭଳି ହୋଇଛି । କିଗଳି ଗତିଶୀଳ ହୋଇଛି, ପ୍ରଗତୀ କିଭଳି ଆଗକୁ ଗତିଶୀଳ ହୋଇଛି । ଶୌଚାଳୟକୁ ହିଁ ଧରି ନିଅନ୍ତୁ, ଶୌଚାଳୟ ନିର୍ମାଣରେ 2013ରେ ଯେଉଁ ଗତି ଥିଲା, ସେହି ଗତିରେ ଯଦି ଚାଲି ଥାଆନ୍ତେ ତ, ବୋଧହୁଏ କେତେ ଶତକ ବିତିଯାଇ ଥାଆନ୍ତା, ଶତ ପ୍ରତିଶତ ଶୌଚାଳୟ ନିର୍ମାଣର ଲକ୍ଷ୍ୟ ପୂରଣ କରିବାରେ ।

ଯଦି ଆମେ ଗାଁରେ ବିଜୁଳି ପହଂଚାଇବାର କଥା କହିବା, ଯଦି 2013 ଆଧାରରେ ଚିନ୍ତା କରିବା ତ ଗାଁରେ ବିଜୁଳି ପାଇଁ ବୋଧହୁଏ ଆହୁରି ଗୋଟିଏ - ଦୁଇଟି ଦଶକ ଲାଗିଯାଇ ଥାଆନ୍ତା । ଯଦି  ଆମେ 2013 ଆଧାରରେ ଦେଖିବା ତ ଏଲପିଜି ଗ୍ୟାସ ସଂଯୋଗ, ଗରିବମାନଙ୍କୁ, ଗରିବ ମାଆମାନଙ୍କୁ ଧୂଆଁ ମୁକ୍ତ କରାଉଥିବା ଚୂଲା, ଯଦି 2013 ଗତିରେ ଚାଲି ଥାଆନ୍ତେ, ତ ସେହି କାମକୁ ସଂପୂର୍ଣ୍ଣ କରିବା ପାଇଁ ବୋଧ ହୁଏ ଶହେ ବର୍ଷ ମଧ୍ୟ କମ୍ ପଡ଼ି ଯାଇ ଥାଆନ୍ତା, ଯଦି 2013 ଗତିରେ ଚାଲି ଥାଆନ୍ତେ ତ । ଯଦି ଆମେ 2013ର ଗତିରେ ଅପଟିକାଲ ଫାଇବର ନେଟୱାର୍କ କରି ଚାଲି ଥାଆନ୍ତେ, ଅପଟିକାଲ ଫାଇବର ବିଛାଇବାର କାମ କରି ଥାଆନ୍ତେ ତ ବୋଧହୁଏ କେତୋଟି ପିଢି ବିତି ଯାଇ ଥାଆନ୍ତା, ସେହି ଗତିରେ ଅପଟିକାଲ ଫାଇବର ହିନ୍ଦୁସ୍ଥାନର ଗାଁ ଗାଁରେ ପହଂଚାଇବା ପାଇଁ । ଏହି ବେଗ, ଏହି ଗତି, ଏହି ପ୍ରଗତି, ଏହି ଲକ୍ଷ୍ୟ ଏହାକୁ ପ୍ରାପ୍ତି ପାଇଁ ଆମେ ଆଗକୁ ବଢ଼ିବା ।

ଭାଇ ଓ ଭଉଣୀ ମାନେ, ଦେଶର ବହୁତ କିଛି ଆଶା ରହିଛି, ଦେଶର ବହୁତ କିଛି ଆବଶ୍ୟକତା ମଧ୍ୟ ରହିଛି ଆଉ ତାହାକୁ ପୂରଣ କରିବା ପାଇଁ ସରକାର ହୁଅନ୍ତୁ, ସମାଜ ହେଉ, କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ସମସ୍ତେ ମିଳିମିଶି ପ୍ରୟାସ କରିବା ଏହା ହେଉଛି ନିରନ୍ତର ଆବଶ୍ୟକ । ଆଉ ଏହା ହେଉଛି ତାହାର ପରିଣାମ କି ଆଜି ଦେଶରେ କି ପ୍ରକାର ପରିବର୍ତ୍ତନ ଆସିଛି । ଦେଶ ତାହା ହିଁ ଅଛି, ଧରଣୀ ମଧ୍ୟ ତାହା ହିଁ ଅଛି, ସେହି ପବନ ମଧ୍ୟ ଅଛି, ସେହି ଆକାଶ ମଧ୍ୟ ଅଛି, ସେହି ସମୁଦ୍ର ମଧ୍ୟ ଅଛି, ସେହି ସରକାରୀ କାର୍ଯ୍ୟାଳୟ ଅଛି, ସେହି ଫାଇଲ ମଧ୍ୟ ଅଛି, ନିଷ୍ପତ୍ତି ନେଲାବାଲା ସେହି ଲୋକ ମଧ୍ୟ ଅଛନ୍ତି । କିନ୍ତୁ ଚାରି ବର୍ଷରେ ଦେଶ ପରିବର୍ତ୍ତନ ଅନୁଭବ କରୁଛି । ଦେଶ ଏକ ନୂତନ ଚେତନା, ନୂତନ ଉତ୍ସାହ, ନୂତନ ସଂକଳ୍ପ, ନୂତନ ସାଧନ, ନୂତନ ପୁରୁଷାର୍ଥ, ତାହାକୁ ଆଗକୁ ବଢ଼ାଉଛି ଆଉ ତେବେ ଯାଇ ତ ଆଜି ଦେଶରେ ଦୁଇ ଗୁଣ ଗତିରେ ରାଜପଥ ନିର୍ମାଣ ହେଉଛି । ଦେଶର ଗାଁ ମାନଙ୍କରେ ଚାରି ଗୁଣା ଗତିରେ ନୂତନ ଗୃହ ନିର୍ମାଣ ହେଉଛି । ଆଜି ଦେଶ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରୁଛି, ତ ଦେଶ ଆଜି ମଧ୍ୟ  ରେକର୍ଡ ପରିମାଣର ମୋବାଇଲ ଫୋନ ଉତ୍ପାଦନ କରୁଛି । ଆଜି ଦେଶରେ ରେକର୍ଡ ପରିମାଣର ଟ୍ରାକ୍ଟର କିଣା ହେଉଛି । ଗାଁର କୃଷକ ଟ୍ରାକ୍ଟର, ରେକର୍ଡ ପରିମାଣର ଟ୍ରାକ୍ଟର କିଣା ହେଉଛି, ତ ଅନ୍ୟ ପକ୍ଷରେ ଦେଶରେ ସ୍ୱାଧୀନତା ପରେ ସବୁଠାରୁ ଅଧିକ ଉଡାଜାହାଜ କିଣିବାର କାର୍ଯ୍ୟ ମଧ୍ୟ ହେଉଛି । ଦେଶ ଆଜି ସ୍କୁଲରେ ଶୌଚାଳୟ ନିର୍ମାଣ କରିବାର କାର୍ଯ୍ୟ ମଧ୍ୟ କରୁଛି, ତ ଦେଶ ଆଜି ନୂତନ ଆଇଆଇଏମ୍, ଆଇଆଇଟି, ନୂତନ ଏମ୍ସ, ଏହାର ମଧ୍ୟ ସ୍ଥାପନା କରୁଛି । ଦେଶ ଆଜି ଛୋଟ-ଛୋଟ ସ୍ଥାନରେ ନୂତନ ଦକ୍ଷତା ବିକାଶ ମିଶନକୁ ଆଗକୁ ବଢ଼ାଇ ନୂଆ-ନୂଆ କେନ୍ଦ୍ର ଖୋଲୁଛି ତ ଆମର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟ-ଅପ୍ ର ଏକ ବନ୍ୟା ଆସିଛି, ସବୁଜିମା ବା ପରିବ୍ୟାପ୍ତି ଆସିଛି ।

ଭାଇ ଓ ଭଉଣୀମାନେ, ଆଜି ଗାଁ - ଗାଁ ପର୍ଯ୍ୟନ୍ତ ଡିଜିଟାଲ ଇଣ୍ଡିଆକୁ ନେଇ ଆଗକୁ ବଢ଼ୁଛି, ତ ଏକ ସମ୍ବେଦନଶୀଳ ସରକାର ଗୋଟିଏ ପଟେ ଡିଜିଟାଲ ହିନ୍ଦୁସ୍ଥାନ ନିର୍ମାଣ କରିବା, ଏଥିପାଇଁ କାର୍ଯ୍ୟ କରୁଛନ୍ତି, ତ ଅନ୍ୟ ପକ୍ଷରେ ମୋର ଯେଉଁ ଦିବ୍ୟାଙ୍ଗ ଭାଇ-ଭଉଣୀ ଅଛନ୍ତି, ସେମାନଙ୍କ ପାଇଁ ସାଧାରଣ ସଂକେତ, ତାହାର ଭାଷାକୋଷ ତିଆରି କରିବାର କାର୍ଯ୍ୟ ମଧ୍ୟ ସେତିକି ମଧ୍ୟ ନିଷ୍ଠାର ସହିତ ଆଜି ଆମର ଦେଶ କରି ଚାଲିଛି । ଆମ ଦେଶର କୃଷକ ଭାଇ ଆଧୁନିକତା, ବୈଜ୍ଞାନିକତା ଆଡ଼କୁ ଯିବା ପାଇଁ ସୂକ୍ଷ୍ମ ଜଳସେଚନ, ବୁନ୍ଦା ଜଳସେଚନ, ଫୁଆରା ଜଳସେଚନ ଏସବୁ ଉପରେ କାର୍ଯ୍ୟ କରୁଛି । ତ ଅନ୍ୟ ପକ୍ଷରେ ବନ୍ଦ ପଡ଼ିଥିବା 99 ଟି ବଡ଼ ବଡ଼ ଜଳସେଚନ ପ୍ରକଳ୍ପ ମଧ୍ୟ ଚାଲୁ ହୋଇଛି । ଆମ ଦେଶର ସୈନିକ କେଉଁଠାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ମଧ୍ୟ ପହଂଚି ଯାଉଛନ୍ତି । ବିପଦରେ ପଡ଼ିଥିବା ମଣିଷର ରକ୍ଷା କରିବା ପାଇଁ ଆମର ସେନା କରୁଣା, ମାୟା ମମତାର ସହିତ ପହଂଚି ଯାଉଛନ୍ତି । କିନ୍ତୁ ସେମାନେ ଯେତେବେଳେ ସଂକଳ୍ପ ନେଇ କରି ଚାଲୁଛନ୍ତି, ତ ସର୍ଜିକାଲ ଷ୍ଟ୍ରାଇକ କରି ଦେଶର ଶତ୍ରୁ ମାନଙ୍କୁ କଡ଼ା ଜବାବ ଦେଇ ଫେରୁଛନ୍ତି । ଏହା ହେଉଛି ଆମ ଦେଶର ବିକାଶର କେତେ ବଡ଼ କାନଭାସ ବା ଦୃଶ୍ୟପଟ ଗୋଟିଏ ପଟେ ଦେଖନ୍ତୁ, ଅନ୍ୟ ଦିଗକୁ ମଧ୍ୟ ଦେଖନ୍ତୁ । ଦେଶର ସମଗ୍ର ବିସ୍ତୃତ କାନଭାସରେ ଆଜି ନୂତନ ଉତ୍ସାହ, ନୂତନ ଉଦ୍ଦୀପନା ସହିତ ଆଗକୁ ବଢ଼ୁଛି ।

ମୁଁ ଗୁଜରାଟରୁ ଆସିଛିଗୁଜରାଟରେ ଏକ ଲୋକକଥା ଅଛି । ନିଶାନ ଚୁକ ମାଫ୍ ଲେକିନ୍ ନେହିଁ ମାଫ୍ ନିଚୁ ନିଶାନ୍ଅର୍ଥାତ୍ ଲକ୍ଷ୍ୟ ବଡ଼ ହେବା ଦରକାର, ସ୍ୱପ୍ନ ବଡ଼ ହେବା ଦରକାର । ସେଥିପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ, ଉତ୍ତର ଦେବାକୁ ପଡ଼ିଥାଏ, କିନ୍ତୁ ଯଦି ଲକ୍ଷ୍ୟ ବଡ଼ ନ ଥିବ, ଲକ୍ଷ୍ୟ ସୁଦୂର ପ୍ରସାରୀ ହୋଇ ନ ଥିବ, ତ ପୁଣି ନିଷ୍ପତ୍ତି ମଧ୍ୟ ହୋଇ ନ ଥାଏ । ବିକାଶର ଯାତ୍ରା ମଧ୍ୟ ଅଟକି ଯାଇଥାଏ । ଆଉ ଏଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଆମ ପାଇଁ ଆବଶ୍ୟକତା ହେଉଛି ଆମେ ବଡ଼ ଲକ୍ଷ୍ୟକୁ ନେଇ ସଂକଳ୍ପର ସହିତ ଆଗକୁ ବଢ଼ିବାର ଦିଗରେ ପ୍ରୟାସ କରିବା । ଯେତେବେଳେ ଲକ୍ଷ୍ୟ ନିର୍ଦ୍ଧିଷ୍ଟ ଅବା ସ୍ଥିର ନ ଥାଏ, ତ ଇଚ୍ଛା ଶକ୍ତି ଦୃଢ଼ ହୋଇ ନ ଥାଏ । ତ ସମାଜ ଜୀବନର ଜରୁରୀ ନିଷ୍ପତ୍ତି ମଧ୍ୟ ବର୍ଷ ବର୍ଷ ଧରି ସ୍ଥାଣୁ ଭାବେ ପଡ଼ି ରହିଥାଏ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ଦେଖନ୍ତୁ, ଏହି ଦେଶର ଅର୍ଥଶାସ୍ତ୍ରୀ ମାନେ ଦାବି କରୁଥିଲେ, କୃଷକ ସଂଗଠନ ମାନେ ଦାବି କରୁଥିଲେ, କୃଷକ ମାନେ ଦାବି କରୁଥିଲେ, ରାଜନୈତିକ ଦଳ ମାନେ ଦାବି କରୁଥିଲେ କି କୃଷକ ମାନଙ୍କୁ ସେମାନଙ୍କ ଖର୍ଚ୍ଚର ଦେଢ଼ଗୁଣା ଏମଏସପି ମିଳିବା ଦରକାର । ବର୍ଷ ବର୍ଷ ଧରି ଏହି ଚର୍ଚ୍ଚା ଚାଲୁ ରହିଥିଲା, ଫାଇଲ ଗୁଡ଼ିକ ଯିବା ଆସିବା କରୁଥିଲା, ଅଟକି ପଡ଼ି ରହୁଥିଲା, ଝୁଲି ରହୁଥିଲା, ଫିଙ୍ଗା ଫୋପଡ଼ା ହେଉଥିଲା, କିନ୍ତୁ ଆମେ ନିଷ୍ପତ୍ତି ନେଲୁ । ସାହସର ସହିତ ନିଷ୍ପତ୍ତି ନେଲୁ କି ମୋ ଦେଶର କୃଷକ ମାନଙ୍କୁ ଖର୍ଚ୍ଚର ଦେଢ଼ଗୁଣ ଏମଏସପି ଦିଆଯିବ ।

ସାମଗ୍ରୀ ଓ ସେବା କର ବା ଜିଏସଟି, କେହି ସହମତ ନ ଥିଲେ, ସମସ୍ତେ ଚାହୁଁଥିଲେ ଜିଏସଟି, କିନ୍ତୁ ନିଷ୍ପତ୍ତି ହୋଇ ପାରୁ ନ ଥିଲା, ନିଷ୍ପତ୍ତି ହେଲେ ମୋର ନିଜର ଲାଭ, ଅନ୍ୟମାନଙ୍କର ଲାଭ, ରାଜନୀତି, ନିର୍ବାଚନ, ଏହି ସମସ୍ତ କଥାର ଚାପ ରହୁଥିଲା । ଆଜି ମୋ ଦେଶର ଛୋଟ ଛୋଟ ବ୍ୟବସାୟୀଙ୍କୁ ସହାୟତା ଦ୍ୱାରା ଅନେକ ଖୋଲାଖୋଲି ଭାବରେ ନୂତନତ୍ୱକୁ ସ୍ୱୀକାର କରି ସେମାନଙ୍କର ସ୍ୱାଭାବିକତା ଯୋଗୁଁ ଆଜି ଦେଶରେ ଜିଏସଟି ଲାଗୁ କରି ଦିଆ ଯାଇଛିବ୍ୟବସାୟୀମାନଙ୍କ ମଧ୍ୟରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି । ଦେଶର ବ୍ୟବସାୟୀମାନଙ୍କୁ, ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟୀ ମାନଙ୍କୁ ଜିଏସଟି ସହିତ ଆରମ୍ଭରୁ ଅସୁବିଧା ହୋଇଥିଲେ ମଧ୍ୟ ତାହାକୁ ଆପଣାଇଛନ୍ତି, ସ୍ୱୀକାର କରିଛନ୍ତି । ଦେଶ ଆଗକୁ ବଢ଼ୁଛି । ଆଜି ଆମ ଦେଶରେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ଦେବାଳିଆ ଆଇନ ଓ ଋଣ ପରିଶୋଧ ହୋଇଛି । ପୂର୍ବରୁ କିଏ ଅଟକାଇଥିଲା? ଏଥିପାଇଁ ସାହସ ଦରକାର । ଶକ୍ତି ଦରକାର ହୋଇଥାଏ । ବିଶ୍ୱାସର ଆବଶ୍ୟକତା ପଡ଼ିଥାଏ । ଆଉ ଜନତା ଜନାର୍ଦ୍ଦନଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପଣ ଭାବ ଦରକାର ପଡ଼ିଥାଏ । ତେବେ ଯାଇ ନିଷ୍ପତ୍ତି ହୋଇଥାଏ । ବେନାମୀ ସମ୍ପତି ପାଇଁ କାହିଁକି ଆଇନ ଲାଗୁ ହେଉ ନ ଥିଲା? ଯେତେବେଳେ ଦୃଢ଼ ଇଚ୍ଛା ଶକ୍ତି ଥାଏ, ତ ଦେଶ ପାଇଁ କିଛି କରିବାର ଇଚ୍ଛା ହୋଇଥାଏ, ତ ସେତେବେଳେ ବେନାମୀ ସମ୍ପତ୍ତି ଆଇନ ଲାଗୁ ହୋଇଥାଏ । ମୋ ଦେଶର ସେନାର ଯବାନ, ତିନି-ତିନି, ଚାରି-ଚାରି ଦଶକ ଧରି ଏକ ପାହ୍ୟା-ଏକ ପେନସନ’, ଗୋଟିଏ ପଦବୀ, ଗୋଟିଏ ପେନସନର ଦାବି କରି ଆସୁଥିଲେସେମାନେ ଶୃଙ୍ଖଳା ପ୍ରିୟ, ତେଣୁ ଶୃଙ୍ଖଳା ଭିତରେ ରହି ଆନ୍ଦୋଳନ କରୁ ନ ଥିଲେ, କିନ୍ତୁ ସ୍ୱର ଉତ୍ତୋଳନ କରୁଥିଲେ । କେହି ଶୁଣୁ ନ ଥିଲେ । କାହାକୁ ତ ନିଷ୍ପତ୍ତି ନେବାର ଥିଲା । ଆପଣ ଆମକୁ ସେହି ନିଷ୍ପତ୍ତିର ଦାୟିତ୍ୱ ଦେଲେ । ଆମେ ତାହାକୁ ପୂରଣ କରିଦେଲୁ ।  

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମେ କଠୋର ନିଷ୍ପତ୍ତି ନେବାର ସାମର୍ଥ୍ୟ ରଖିଛୁ । କାରଣ ଦେଶ ହିତ ହେଉଛି ଆମ ପାଇଁ ସର୍ବୋପରି । ଦଳ ହିତ ପାଇଁ କାମ କରିଲା ବାଲା ଲୋକ ଆମେ ନୁହେଁ । ଆଉ ସେହି କାରଣରୁ ଆମେ ସଂକଳ୍ପ ନେଇ ଚାଲିଛୁ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ଏହା କିପରି ଭୁଲି ପାରିବା କି ଆଜି ବିଶ୍ୱ ଅର୍ଥ ବ୍ୟବସ୍ଥାର ଏହି କାଳଖଣ୍ଡରେ ସମଗ୍ର ଦୁନିଆ ଭାରତର ପ୍ରତ୍ୟେକ କଥାକୁ ଗୁରୁତ୍ୱ ଦେଉଛି । ଆଶା ଅକାଂକ୍ଷାର ସହିତ ଦେଖୁଛି । ଏଥିପାଇଁ ଭାରତର ଛୋଟ ଛୋଟ କଥାକୁ ବଡ଼ ବଡ଼ କଥାକୁ ମଧ୍ୟ ବିଶ୍ୱ ବଡ଼ ଗମ୍ଭୀରତାର ସହିତ ଦେଖୁଛି । ଆପଣ ମନେ ପକାନ୍ତୁ, 2014 ପୂର୍ବରୁ ଦୁନିଆର ସୁନାମଧନ୍ୟ ସଂସ୍ଥାଗୁଡ଼ିକ, ଦୁନିଆର ଗଣ୍ୟମାନ୍ୟ ଅର୍ଥଶାସ୍ତ୍ରୀ, ଦୁନିଆରେ ଯେଉଁମାନଙ୍କର କଥାକୁ ଅଧିକ ଗୁରୁତ୍ୱ ଦିଆ ଯାଇଥାଏ, ଏଭଳି ଲୋକ କେବେ ହେଲେ ମଧ୍ୟ ଆମ ଦେଶ ପାଇଁ କଣ କହୁଥିଲେ । ତାହା ମଧ୍ୟ ଏକ ସମୟ ଥିଲା, ଯେତେବେଳେ ଦୁନିଆରୁ ସ୍ୱର ଉଠୁଥିଲା, ବିଜ୍ଞ ଲୋକମାନେ ସ୍ୱର ଉଠାଇ କହୁଥିଲେ କି ହିନ୍ଦୁସ୍ଥାନର ଅର୍ଥବ୍ୟବସ୍ଥା ସଙ୍କଟରେ ଭରି ରହିଛି । ସେମାନଙ୍କୁ ସଙ୍କଟ ଦେଖା ଯାଉଥିଲାକିନ୍ତୁ ଆଜି ସେହି ଲୋକମାନେ, ସେହି ସଂସ୍ଥାଗୁଡ଼ିକ, ସେହି ଲୋକମାନେ ବଡ଼ ବିଶ୍ୱାସର ସହିତ କହୁଛନ୍ତି କି ସଂସ୍କାରର ଗତିଶୀଳତା ଯୋଗୁଁ ମୂଳଦୁଆକୁ ସୁଦୃଢ଼ ହେଉଛି । କିଭଳି ପରିବର୍ତ୍ତନ ଆସିଛି? ଗୋଟିଏ ସମୟ ଥିଲା ଘରେ ଥାଆନ୍ତୁ, ଅଥବା ଘର ବାହାରର ଦୁନିଆ ଗୋଟିଏ କଥା କହୁଥିଲେ ନାଲି ଫିତା ରେଡ଼ଟେପ୍ କଥା କହୁଥିଲେ । କିନ୍ତୁ ଆଜି ନାଲି କାର୍ପେଟ ରେଡ଼୍ କାର୍ପେଟର କଥା କହୁଛନ୍ତି । ସହଜରେ ବ୍ୟବସାୟ ବା ବ୍ୟବସାୟ ଅନୁକୂଳ ବାତାବରଣରେ ଏବେ ଆମେ ଶହେ ପର୍ଯ୍ୟନ୍ତ ପହଂଚି ସାରିଲେଣି । ଆଜି ସମଗ୍ର ବିଶ୍ୱ ଏହାକୁ ଗର୍ବର ସହ କହୁଛି । ତାହା ମଧ୍ୟ ଏକ ସମୟ ଥିଲା ଯେତେବେଳ ବିଶ୍ୱ ସ୍ଥିର କରି ନେଇଥିଲା କି, ଭାରତ ଅର୍ଥାତ ନୀତିଗତ ସ୍ଥାଣୁତା, ଭାରତ ଅର୍ଥାତ ସଂସ୍କାର ପ୍ରକ୍ରିୟାରେ ବିଳମ୍ବ, ସେ କଥା ଆମେ ଶୁଣୁଥିଲେ । ଆଜି ମଧ୍ୟ ସମ୍ବାଦପତ୍ର ବାହାର କରି ଦେଖିବା ତ ଦେଖିବାକୁ ମିଳିବ । କିନ୍ତୁ ଆଜି ଦୁନିଆରେ ଗୋଟିଏ କଥା ସାମ୍ନାକୁ ଆସୁଛି, ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନ, ଗୋଟିଏ ପରେ ଗୋଟିଏ ନୀତି ବିଧେୟକ ସମୟବଦ୍ଧ ନିଷ୍ପତ୍ତିର ପ୍ରବାହ ଚାଲୁ ରହିଛି । ତାହା ମଧ୍ୟ ଏକ ସମୟ ଥିଲା, ଯେତେବେଳେ ବିଶ୍ୱ ଭାରତକୁ fragile five ମଧ୍ୟରେ ପରିଗଣିତ କରୁଥିଲା । ଦୁନିଆ ଚିନ୍ତିତ ଥିଲା କି ବିଶ୍ୱକୁ ବୁଡ଼ାଇବାରେ ଭାରତ ନିଜର ଭୂମିକା ତୁଲାଉଛି । fragile five ରେ ଆମକୁ ଗଣନା କରାଯାଉଥିଲା ।  କିନ୍ତୁ ଆଜି ଦୁନିଆ କହୁଛି କି ଭାରତ ମଲ୍ଟି ଟ୍ରିଲିୟନ ଡଲାର ନିବେଶର ସ୍ଥାନ ପାଲଟି ଯାଇଛି । ସେହିଠାରୁ ହିଁ ସ୍ୱରରେ ପରିବର୍ତ୍ତନ ଆସିଛି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଦୁନିଆ ଭାରତ ସହିତ ଯୋଡ଼ି ହେବା ପାଇଁ ଚର୍ଚ୍ଚା କରୁଥିବା ସମୟରେ ଆମର ଭିତ୍ତିଭୂମିର ଚର୍ଚ୍ଚା କରୁଥିବା ସମୟରେ କେବେ ବିଜୁଳି ଚାଲିଯାଇ ଅନ୍ଧକାର ହୋଇଗଲା, ସେହି ଦିନର କଥା ମନେ ପକାଉଥିଲା । କେବେ କେବେ ସମସ୍ତ ଅସୁବିଧାକୁ ନେଇ ଚର୍ଚ୍ଚା କରୁଥିଲାକିନ୍ତୁ ସେହି ଦୁନିଆ, ସେହି ଲୋକ, ସେହି ଦୁନିଆକୁ ମାର୍ଗଦର୍ଶନ ଦେଉଥିବା ଲୋକମାନେ ଏବେ କହୁଛନ୍ତି କି ଶୋଇ ପଡ଼ିଥିବା ହାତୀ ଏବେ ଉଠି ଯାଇଛି, ଚାଲିବା ଆରମ୍ଭ କରିଛି । ଶୋଇ ପଡ଼ିଥିବା ହାତୀ ନିଜର ଦୌଡ଼ ଆରମ୍ଭ କରି ଦେଇଛି । ଦୁନିଆର ଅର୍ଥ ବ୍ୟବସ୍ଥା କହୁଛି, ଅନ୍ତର୍ଜାତିକ ସଂସ୍ଥାନ ଗୁଡ଼ିକ କହୁଛନ୍ତି କି ଆଗାମୀ ତିନି ଦଶକ ପର୍ଯ୍ୟନ୍ତ ଅର୍ଥାତ ତିରିଶ ବର୍ଷ ପର୍ଯ୍ୟନ୍ତ, ବିଶ୍ୱର ଅର୍ଥ ବ୍ୟବସ୍ଥାର ଶକ୍ତିକୁ ଭାରତ ଗତିଶୀଳ କରାଇବ । ଭାରତ ବିଶ୍ୱର ବିକାଶର ଏକ ନୂତନ ସ୍ରୋତ ହେବାକୁ ଯାଉଛି । ଏଭଳି ବିଶ୍ୱାସ ଆଜି ଭାରତ ପାଇଁ ସୃଷ୍ଟି ହୋଇଛି ।

ଆଜି ଅନ୍ତରାଷ୍ଟ୍ରୀୟ ମଂଚରେ ଭାରତର ମର୍ଯ୍ୟାଦା ବଢ଼ିଛି, ନୀତି ନିଦ୍ଧାରଣ କରୁଥିବା ଛୋଟ ଛୋଟ ଯେଉଁ ସବୁ ସଂଗଠନରେ ଆଜି ହିନ୍ଦୁସ୍ଥାନକୁ ସ୍ଥାନ ମିଳିଛି, ସେଠାରେ ହିନ୍ଦୁସ୍ଥାନର କଥା ଶୁଣାଯାଉଛି । ହିନ୍ଦୁସ୍ଥାନ ସେଥିରେ ପଥ ଦେଖାଇବାରେ, ନେତୃତ୍ୱ ନେବାରେ ନିଜର ଭୂମିକା ନିର୍ବାହ କରୁଛି । ଦୁନିଆର ମଂଚରେ ଆମେ ନିଜ ସ୍ୱରକୁ ଶାଣିତ କରି ପାରିଛୁ ।

ମୋର ପ୍ରିୟ ଦେଶବାସୀଗଣ, ଅନେକ ବର୍ଷ ଧରି ଯେଉଁ ସଂସ୍ଥା ଗୁଡ଼ିକରେ ଆମକୁ ସଦସ୍ୟତା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ୁଥିଲା, ଆଜି ଦେଶକୁ ବିଶ୍ୱର ଅସଂଖ୍ୟ ସଂସ୍ଥା ଗୁଡ଼ିକରେ ସ୍ଥାନ ମିଳିଛି । ଆଜି ଭାରତ ପରିବେଶ ପାଇଁ ଚିନ୍ତା କରୁଥିବା ଲୋକଙ୍କ ପାଇଁ, ବିଶ୍ୱତାପନ ଜନିତ ସମସ୍ୟାର ଚର୍ଚ୍ଚା କରୁଥିବା ଲୋକଙ୍କ ପାଇଁ ଆଶାର କିରଣ ପାଲଟିଛି । ଆଜି ଭାରତ ଅନ୍ତରାଷ୍ଟ୍ରୀୟ ସୌର ମେଂଟରେ ସମଗ୍ର ବିଶ୍ୱର ନେତୃତ୍ୱ ନେଉଛି । ଆଜି କୌଣସି ମଧ୍ୟ ହିନ୍ଦୁସ୍ଥାନୀ ଦୁନିଆରେ କେଉଁଠାରେ ମଧ୍ୟ ପାଦ ରଖୁଛି ତ ବିଶ୍ୱର ପ୍ରତ୍ୟେକ ଦେଶ ତାକୁ ସ୍ୱାଗତ କରିବା ପାଇଁ ଲାଳାୟିତ ହୋଇ ଯାଉଛନ୍ତି । ହିନ୍ଦୁସ୍ଥାନୀଙ୍କୁ ଦେଖି ତାଙ୍କ ଆଖିରେ ଏକ ଚେତନା ଆସି ଯାଇଛି । ଭାରତର ପାସପୋର୍ଟର ଶକ୍ତି ବଢ଼ି ଯାଇଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଆତ୍ମ ବିଶ୍ୱାସର ଏକ ନୂତନ ଉର୍ଜ୍ଜା, ନୂତନ ଉତ୍ସାହ ନେଇ ଆଗକୁ ବଢ଼ିବାର ସଂକଳ୍ପ ସୃଷ୍ଟି କରିଛି ।

ମୋର ପ୍ରିୟ ଦେଶବାସୀଗଣ, ବିଶ୍ୱରେ କେଉଁଠାରେ ମଧ୍ୟ ଯଦି ମୋର ହିନ୍ଦୁସ୍ଥାନୀ ସଙ୍କଟରେ ପଡ଼ୁଛି, ତ ଆଜି ତାକୁ ଭରସା ରହିଛି କି ମୋ ଦେଶ ମୋ ପଛରେ ଛିଡ଼ା ହେବ, ମୋ ଦେଶ ସଙ୍କଟ ସମୟରେ ମୋ ସହିତ ଆସିବ । ଆଉ ଇତିହାସ ସାକ୍ଷୀ ଅଛି, ବିଗତ ଦିନର ଅନେକ ଘଟଣା ଗୁଡ଼ିକ ଯାହାକୁ ଆମେ ଓ ଆପଣମାନେ ଦେଖିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ବିଶ୍ୱରେ ମଧ୍ୟ ଭାରତ ପ୍ରତି ଦେଖିବାର ଦୃଷ୍ଟିଭଙ୍ଗୀ ଯେପରି ବଦଳି ଯାଇଛି, ସେହି ଭଳି ଭାବେ ହିନ୍ଦୁସ୍ଥାନରେ ଉତ୍ତର-ପୂର୍ବାଂଚଳ ସମ୍ପର୍କରେ ମଧ୍ୟ ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଯେତେବେଳେ ଉତ୍ତର-ପୂର୍ବାଂଚଳ ସମ୍ପର୍କରେ ଚର୍ଚ୍ଚା ହେଉଥିଲା, ତ କଣ ଖବର ଆସୁଥିଲା, ସେହି ଖବର ଯାହା ଲାଗୁଥିଲା କି ଭଲ ହୋଇଥାଉ, ଏଭଳି ଖବର ଆସି ନ ଥାଏ । କିନ୍ତୁ ଆଜି, ଭାଇ ଓ ଭଉଣୀମାନେ, ଉତ୍ତର-ପୂର୍ବାଂଚଳରୁ ସେହି ଭଳି ଖବର ଆସୁଛି, ଯାହା ଦେଶକୁ ମଧ୍ୟ ପ୍ରେରଣା ଦେଉଛି ଆଜି କ୍ରୀଡ଼ାଙ୍ଗନରେ ଦେଖନ୍ତୁ, ଆମର ଉତ୍ତର-ପୂର୍ବାଂଚଳର କୃତିତ୍ୱ ଦେଖିବାକୁ ମିଳୁଛି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଉତ୍ତର-ପୂର୍ବାଂଚଳରୁ ଖବର ଆସୁଛି କି ସର୍ବଶେଷ ଗାଁରେ ମଧ୍ୟ ବିଜୁଳି ପହଂଚି ଯାଇଛି ଆଉ ସାରା ରାତି ଗ୍ରାମବାସୀ ମାନେ ଆନନ୍ଦରେ ନାଚୁଛନ୍ତି । ଆଜି ଉତ୍ତର-ପୂର୍ବାଂଚଳରୁ ଖବର ଆସୁଛି । ଆଜି ଉତ୍ତର-ପୂର୍ବାଂଚଳରେ ରାଜପଥ, ରେଳପଥ, ଆକାଶପଥ, ଜଳପଥ ଏବଂ ସୂଚନାପଥ (ଆଇ-ୱେ), ସେହି ଖବର ଆସୁଛି । ଆଜି ବିଜୁଳି ପରିବହନ ଲାଇନ ସ୍ଥାପନ ବହୁତ ଦ୍ରୁତ ଗତିରେ ଚାଲୁ ରହିଛି । ଆଜି ଆମର ନୂଆ ନୂଆ ଶିକ୍ଷା ସଂସ୍ଥାନ ଏଠାରେ ଖୋଲୁଛି, ଆଜି ଆମର ଉତ୍ତର-ପୂର୍ବାଂଚଳ ଜୈବିକ କୃଷିର କେନ୍ଦ୍ର ହେବାକୁ ଯାଉଛି । ଆଜି ଆମର ଉତ୍ତର-ପୂର୍ବାଂଚଳ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଉଛି ।

ଭାଇ ଓ ଭଉଣୀମାନେ, ଗୋଟିଏ ସମୟ ଥିଲା ଯେତେବେଳେ ଉତ୍ତର-ପୂର୍ବାଂଚଳକୁ ଲାଗୁଥିଲା କି ଦିଲ୍ଲୀ ହେଉଛି ବହୁତ ଦୂର । ଆମେ ଚାରି ବର୍ଷ ମଧ୍ୟରେ ଦିଲ୍ଲୀକୁ ଉତ୍ତର-ପୂର୍ବାଂଚଳର ଦ୍ୱାର ଦେଶରେ ଆଣି ଠିଆ କରାଇ ଦେଇଛୁ ।

ଭାଇ ଓ ଭଉଣୀମାନେ, ଆଜି ଆମ ଦେଶରେ 65 ପ୍ରତିଶତ ଜନସଂଖ୍ୟା ହେଉଛନ୍ତି 35 ବର୍ଷ ବୟସର । ଆମେ ଦେଶର ଯୁବକ ମାନଙ୍କୁ ନେଇ ଗର୍ବ କରୁଛୁ । ଦେଶର ନବ ଯୁବକ, ନୂତନ ପିଢିକୁ ନେଇ ଗର୍ବ କରୁଛନ୍ତି । ଆମ ଦେଶର ଯୁବକମାନେ ଆଜି ଅର୍ଥର ସମସ୍ତ ମାନଦଣ୍ଡକୁ ବଦଳାଇ ଦେଇଛନ୍ତି । ପ୍ରଗତିର ସମସ୍ତ ମାନଦଣ୍ଡରେ ଏକ ନୂତନ ରଙ୍ଗ ଭରି ଦେଇଛନ୍ତି । କେବେ ବଡ଼ ବଡ଼ ସହରର ଚର୍ଚ୍ଚା ହେଉଥିଲା । ଆଜି ଆମ ଦେଶ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର କଥା କହୁଛି । କେବେ ଗାଁକୁ ଯାଇ ଆଧୁନିକ ଚାଷରେ ଲାଗିଥିବା ଯୁବକଙ୍କ ଚର୍ଚ୍ଚା କରୁଥିଲା । ଆମର ଦେଶର ଯୁବକମାନେ ନିଯୁକ୍ତିର ସଂଜ୍ଞାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି । ଷ୍ଟାର୍ଟ-ଅପ୍ ହେଉ, ବିପିଓ ହେଉ, ଇ-ବାଣିଜ୍ୟ ହେଉ, ମୋବିଲିଟିର କ୍ଷେତ୍ର ହେଉ, ଏଭଳି ନୂତନ କ୍ଷେତ୍ର ଗୁଡ଼ିକୁ ଆଜି ମୋ ଦେଶର ଯୁବକମାନେ ନିଜ ଛାତିରେ ବାନ୍ଧି ନୂତନ ଶିଖରକୁ ଦେଶକୁ ନେଇ ଯିବା ପାଇଁ ଲାଗି ପଡ଼ିଛନ୍ତି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, 13 କୋଟି ମୁଦ୍ରା ଋଣ, ହେଉଛି ବହୁତ ବଡ଼ କଥା 13 କୋଟି ଆଉ ସେଥିରୁ ମଧ୍ୟ 4 କୋଟି ହେଉଛନ୍ତି ସେହି ଲୋକ, ହେଉଛନ୍ତି ସେହି ଯୁବକ, ଯେଉଁମାନେ ଜୀବନରେ ପ୍ରଥମ ଥର ପାଇଁ କେଉଁଠାରୁ ଋଣ ନେଇଛନ୍ତି, ଆଉ ନିଜ ଗୋଡ଼ରେ ଠିଆ ହୋଇ ସ୍ୱରୋଜଗାର ଦିଗରେ ଆଗକୁ ବଢ଼ୁଛନ୍ତି । ଏହା ନିଜକୁ ନିଜ ମଧ୍ୟରେ ପରିବର୍ତ୍ତିତ ବାତାବରଣର ହେଉଛି ଏକ ଜୀବନ୍ତ ଉଦାହରଣ । ଆଜି ହିନ୍ଦୁସ୍ଥାନର ଗାଁରେ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ଆଗକୁ ନେଇ ଯିବା ପାଇଁ ହିନ୍ଦୁସ୍ଥାନର ଅଧାରୁ ଅଧିକ ତିନି ଲକ୍ଷ ଗାଁରେ ସାଧାରଣ ସେବା କେନ୍ଦ୍ର (Common Service Centre), ମୋ ଦେଶର ଯୁବ ପୁଅ ଝିଅମାନେ ଚଲାଉଛନ୍ତି । ସେମାନେ ପ୍ରତ୍ୟେକ ଗାଁକୁ, ପ୍ରତ୍ୟେକ ନାଗରିକଙ୍କୁ, ଆଖି ପଲକ ମାତ୍ରେ ବିଶ୍ୱ ସହିତ ଯୋଡ଼ିବା ପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରୁଛନ୍ତି ।

ମୋର ଭାଇ ଓ ଭଉଣୀମାନେ, ଆଜି ମୋ ଦେଶରେ ଭିତିଭୂମି କ୍ଷେତ୍ର ନୂତନ ରୂପ ନେଇଛି । ରେଳର ଗତି ହେଉ, ସଡ଼କର ଗତି ହେଉ, ଆଇ-ୱେ ହେଉ, ରାଜପଥ ହେଉ, ନୂତନ ବିମାନବନ୍ଦର ହେଉ, ଗୋଟିଏ ପ୍ରକାରରେ ଦେଶ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ମୋର ଭାଇ ଓ ଭଉଣୀମାନେ, ଆମ ଦେଶର ବୈଜ୍ଞାନିକମାନେ ମଧ୍ୟ ଦେଶର ନାମ ଉଜ୍ଜ୍ୱଳ କରିବାରେ କେଉଁଠି ଅଭାବ ରଖି ନାହାଁନ୍ତି । ବିଶ୍ୱ ସନ୍ଦର୍ଭରେ ମୁଁ ହେଉ କିମ୍ବା ଭାରତର ଆବଶ୍ୟକତା ସନ୍ଦର୍ଭରେ, କେଉଁ ହିନ୍ଦୁସ୍ଥାନୀ ଗର୍ବ କରିବ ନାହିଁ ଯେତେବେଳେ ଦେଶର ବୈଜ୍ଞାନିକମାନେ ଏକ ସଙ୍ଗେ ଶହେରୁ ଅଧିକ ଉପଗ୍ରହ ମହାକାଶକୁ ପଠାଇ ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ସାମର୍ଥ୍ୟ ଆମର ବୈଜ୍ଞାନିକମାନଙ୍କର ରହିଛିଆମ ବୈଜ୍ଞାନିକମାନଙ୍କର ପୁରୁଷାର୍ଥ ଥିଲା କି ମଙ୍ଗଳଯାନର ସଫଳତା ପ୍ରଥମ ପ୍ରୟାସରେ ହାସଲ ହେଲା । ମଙ୍ଗଳଯାନ ମଙ୍ଗଳର କକ୍ଷରେ ପ୍ରବେଶ କଲା, ସେଠାରେ ପହଂଚିଲା, ଏହା ନିଜକୁ ନିଜ ମଧ୍ୟରେ ଆମ ବୈଜ୍ଞାନିକ ମାନଙ୍କର ସିଦ୍ଧି ଥିଲା । ଆଗାମୀ କିଛି ଦିନ ମଧ୍ୟରେ ଆମେ ଆମର ବୈଜ୍ଞାନିକଙ୍କ ଆଧାରରେ, କଳ୍ପନା ଏବଂ ଚିନ୍ତାଧାରା ବଳରେ ନାବିକକୁ ପ୍ରେରଣ କରିବାକୁ ଯାଉଛୁ । ଦେଶର ମତ୍ସ୍ୟଜୀବୀମାନଙ୍କୁ, ଦେଶର ସାଧାରଣ ନାଗରିକଙ୍କୁ ନାବିକ ଦ୍ୱାରା ଦିଗ ନିର୍ଣ୍ଣୟ କ୍ଷେତ୍ରରେ ବହୁତ ବଡ଼ କାର୍ଯ୍ୟ, ଆଗାମୀ କିଛି ଦିନ ମଧ୍ୟରେ ଆମେ କାର୍ଯ୍ୟରେ ନିୟୋଜିତ କରିବୁ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଏହି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଦେଶବାସୀମାନଙ୍କୁ ଗୋଟିଏ ଖୁସିର ଖବର ଶୁଣାଇବାକୁ ଚାହୁଁଛି । ଆମ ଦେଶ ମହାକାଶ ଦୁନିଆରେ ପ୍ରଗତି କରୁଛି । କିନ୍ତୁ ଆମେ ସ୍ୱପ୍ନ ଦେଖିଛୁ, ଆମ ବୈଜ୍ଞାନିକ ମାନେ ସ୍ୱପ୍ନ ଦେଖିଛନ୍ତି । ଆମ ଦେଶ ସଂକଳ୍ପ କରିଛି କି 2022, ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ, ସେତେବେଳେ ହେଉ, କିମ୍ବା ଯଦି ସମ୍ଭବ ତାପୂର୍ବରୁ, ସ୍ୱାଧୀନତାର 75 ବର୍ଷ ପାଳନ କରିବା ସେତେବେଳେ, ମାଆ ଭାରତର କୌଣସି ପୁଅ ହେଉ ଅବା ଝିଅ, କେହି ମଧ୍ୟ ହୋଇ ପାରନ୍ତି । ସେ ମହାକାଶକୁ ଯିବେ । ହାତରେ ତ୍ରିରଙ୍ଗା ନେଇ ଯିବେ । ସ୍ୱାଧୀନତାର 75 ବର୍ଷ ପୂର୍ବରୁ ଏହି ସ୍ୱପ୍ନକୁ ସାକାର କରିବାର ଅଛି । ମଙ୍ଗଳ ଯାନରୁ ନେଇ ଭାରତର ବୈଜ୍ଞାନିକମାନେ ନିଜର ଯେଉଁ ଶକ୍ତିର ପରିଚୟ ଦେଇଛନ୍ତିଏବେ ଆମେ ମାନବ ବିହୀନ ଗଗନ ଯାନ ନେଇ କରି ଚାଲିବା ଆଉ ଏହି ଗଗନ ଯାନ ଯେତେବେଳେ ମହାକାଶକୁ ଯିବ ତ କୌଣସି ହିନ୍ଦୁସ୍ଥାନୀଙ୍କୁ ନେଇ କରି ଯିବ । ଏହି କାର୍ଯ୍ୟ ହିନ୍ଦୁସ୍ଥାନର ବୈଜ୍ଞାନିକଙ୍କ ଦ୍ୱାରା ସମ୍ଭବ ହେବ । ହିନ୍ଦୁସ୍ଥାନର ପୁରୁଷାର୍ଥଙ୍କ ଦ୍ୱାରା ସମ୍ପର୍ଣ୍ଣ ହେବ । ସେତେବେଳେ ଆମେ ବିଶ୍ୱରେ ଚତୁର୍ଥ ଦେଶ ହେବା ଯିଏ ମଣିଷକୁ ମହାକାଶରେ ପହଂଚାଇବ ।

ଭାଇ ଓ ଭଉଣୀମାନେ, ଏହି ମହାନ କାର୍ଯ୍ୟ ପାଇଁ ମୁଁ ଦେଶର ବୈଜ୍ଞାନିକମାନଙ୍କୁ ଦେଶର ଟେକ୍ନିସିଆନମାନଙ୍କୁ ହୃଦୟର ସହିତ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଭାଇ ଓ ଭଉଣୀମାନେ ଆମ ଦେଶ ଆଜି ଖାଦ୍ୟ ଶସ୍ୟରେ ଭରପୂର ହୋଇ ରହିଛି । ପ୍ରଚୁର ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ, ମୁଁ ଦେଶର କୃଷକମାନଙ୍କୁ, ବିଲବାଡ଼ିରେ କାମ କରୁଥିବା ପରିଶ୍ରମୀ ଶ୍ରମିକମାନଙ୍କୁ, କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ, ଦେଶରେ କୃଷି ବିପ୍ଳବକୁ, ସଫଳତାର ସହିତ ଆଗକୁ ବଢ଼ାଇବା ପାଇଁ ମୁଁ ଏହି ଅବସରରେ ହୃଦୟର ସହିତ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

କିନ୍ତୁ ଭାଇ ଓ ଭଉଣୀମାନେ, ଏବେ ସମୟ ବଦଳି ଯାଇଛି, ଆମ କୃଷକ ମାନଙ୍କୁ ମଧ୍ୟ ଆମ କୃଷି ବଜାରକୁ ମଧ୍ୟ ବିଶ୍ୱ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି । ବିଶ୍ୱ ବଜାରର ସାମ୍ନା କରିବାକୁ ପଡ଼ୁଛି । ଜନସଂଖ୍ୟା ବୃଦ୍ଧି ହେଉଛି, ଚାଷ ଜମି ପରିମାଣ ହ୍ରାସ ପାଉଛି । ସେତେବେଳେ ଆମ କୃଷିକୁ ଆଧୁନିକ କରିବା, ବୈଜ୍ଞାନିକ ପଦ୍ଧତି ଆପଣାଇବା, ଟେକ୍ନୋଲଜି ଆଧାରରେ ଆଗକୁ ନେଇଯିବା, ଏହା ହେଉଛି ସମୟର ଆବଶ୍ୟକତା । ଆଉ ଏଥିପାଇଁ ଆମର ସଂପୂର୍ଣ୍ଣ ଧ୍ୟାନ କୃଷି କ୍ଷେତ୍ରରେ ଆଧୁନିକତା ଆଣିବା ପାଇଁ, ପରିବର୍ତ୍ତନ ଆଣିବା ପାଇଁ ଚାଲୁ ରହିଛି ।

ଆମେ ସ୍ୱପ୍ନ ଦେଖିଛୁ କି କୃଷକଙ୍କର ଆୟ ଦୁଇଗୁଣା କରିବା । ସ୍ୱାଧୀନତାର 75 ବର୍ଷ ହେବ, କୃଷକଙ୍କର ଆୟ ଦୁଇଗୁଣା କରିବାର ସ୍ୱପ୍ନ ଦେଖିଛୁ । ଯେଉଁ ମାନଙ୍କର ଏହା ଉପରେ ଆଶଙ୍କା ରହିଛି- ଯେଉଁମାନେ ସ୍ୱାଭାବିକ ଅଛନ୍ତି । କିନ୍ତୁ ଆମେ ଲକ୍ଷ୍ୟକୁ ନେଇ ଚାଲିଛୁ । ଆଉ ଆମେ ଲହୁଣୀ ଉପରେ ଗାର ପକାଇବା ଭଳି ଲୋକ ନୁହେଁ, ଆମେ ହେଉଛୁ ପଥର ଉପରେ ଗାର ଟାଣିବା ସ୍ୱଭାବର ଲୋକ । ଲହୁଣୀ ଉପରେ ତ କିଏ ମଧ୍ୟ ଗାଣ ଟାଣି ପାରିବ । ଆରେ, ପଥର ଉପରେ ଗାର ଟାଣିବାରେ ତ ଝାଳ ବୁହାଇବାକୁ ପଡ଼ିଥାଏ । ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ମନପ୍ରାଣ ଓ ଏକାଗ୍ରତା ଦେଇ ଲାଗିବାକୁ ପଡ଼ିଥାଏ । ଏଥିପାଇଁ ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ, ସେ ପର୍ଯ୍ୟନ୍ତ ଦେଶର କୃଷକ ମାନଙ୍କୁ ସାଙ୍ଗରେ ନେଇ କୃଷିରେ ଆଧୁନିକତା ଆଣି କୃଷିର ଫଳାଫଳକୁ ବିସ୍ତାରିତ କରି ଆମେ ଆଜି ଚାଲିବାକୁ ଚାହୁଁଛୁ । ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଆମେ ମୂଲ୍ୟଯୁକ୍ତ କରିବାକୁ ଚାହୁଁଛୁ । ଆମେ ଆଧୁନିକୀକରଣ କରିବାକୁ ଚାହୁଁଛୁ ଆଉ କେତେକ ନୂତନ ଫସଲ ମଧ୍ୟ ଏବେ ରେକର୍ଡ ଉତ୍ପାଦନ କରି ଆଗକୁ ବଢ଼ୁଛନ୍ତି । ନିଜକୁ ନିଜ ମଧ୍ୟରେ ପ୍ରଥମ ଥର ପାଇଁ ଆମେ ଦେଶରେ କୃଷି ରପ୍ତାନୀ ନୀତି ଲାଗୁ କରିବା ଦିଗରେ ଆଗକୁ ବଢ଼ୁଛୁ ଫଳରେ ଆମେ ଆମର ଦେଶର କୃଷକଙ୍କୁ ମଧ୍ୟ ବିଶ୍ୱ ବଜାର ମଧ୍ୟରେ ଦୃଢ଼ତାର ସହିତ ଠିଆ କରାଇ ପାରିବା ।

ଆଜି ନୂତନ କୃଷି ବିପ୍ଳବ, ଜୈବିକ କୃଷି, ନୀଳ ବିପ୍ଳବ, ମଧୁ ବିପ୍ଳବ, ସୌର କୃଷି - ଭଳି ନୂତନ ପରିସରମାନ ଖୋଲି ଯାଇଛି । ତାହାକୁ ନେଇ ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ ।

ଆମ ପାଇଁ ଖୁସିର କଥା ହେଉଛି କି ଆଜି ଆମ ଭାରତ ବିଶ୍ୱରେ ମାଛ ଉତ୍ପାଦନ ଦ୍ୱିତୀୟ ସର୍ବ ବୃହତ ଦେଶ ହୋଇ ପାରିଛି ଆଉ ଦେଖୁ ଦେଖୁ ତାହା ଏକ ନମ୍ବର ସ୍ଥାନରେ ପହଂଚିବାକୁ ଯାଉଛି । ଆଜି ମଧୁ, ଅର୍ଥାତ ମହୁ ରପ୍ତାନୀ ଦୁଇଗୁଣ ହୋଇ ଯାଇଛି । ଆଜି ଆଖୁ ଚାଷୀମାନେ ଖୁସି ହେବେ କି ଆମର ଇଥାନଲର ଉତ୍ପାଦନ ତିନି ଗୁଣ ହୋଇ ଯାଇଛିଅର୍ଥାତ ଗୋଟିଏ ପ୍ରକାରରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ କୃଷିର ଯେତିକି ମହତ୍ୱ ରହିଛି, ସେତିକି ମଧ୍ୟ କାରବାରର ରହିଛି । ଆଉ ଏଥିପାଇଁ ଆମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଶହ ଶହ କୋଟି ଟଙ୍କା ମାଧ୍ୟମରେ, ଗାଁ ମାନଙ୍କରେ ଯେଉଁ ସଂସାଧନ ରହିଛି, ଗାଁର ଯେଉଁ ସାମର୍ଥ୍ୟ ଅଛି, ତାହାକୁ ମଧ୍ୟ ଆମେ ଆଗକୁ ବଢ଼ାଇବାକୁ ଚାହୁଁଛୁ ଆଉ ସେହି ଦିଗରେ ଆମେ ପ୍ରୟାସ କରୁଛୁ ।

ଖଦୀ- ପୂଜ୍ୟ ବାପୁଜୀଙ୍କ ନାମ ତାହା ସହିତ ଜଡ଼ିତ ହୋଇ ରହିଛି । ସ୍ୱାଧୀନତା ଠାରୁ ଏ ପର୍ଯ୍ୟନ୍ତ ଯେତେ ଖଦୀ ବିକ୍ରି କରିବାର ପରମ୍ପରା ଥିଲା, ମୁଁ ଆଜି ନମ୍ରତାର ସହିତ କହିବାକୁ ଚାହୁଁଛି କି ଖଦୀର ବିକ୍ରି ପୂର୍ବ ଅପେକ୍ଷା ଦୁଇ ଗୁଣ ହୋଇ ଯାଇଛି । ଗରିବ ଲୋକଙ୍କ ହାତରେ ରୋଜଗାରର ସୁଯୋଗ ପହଂଚିଛି ।

ମୋର ଭାଇ ଓ ଭଉଣୀମାନେ, ମୋ ଦେଶର କୃଷକ ଏବେ ସୌର କୃଷି ଉପରେ ଗୁରୁତ୍ୱ ଦେବାରେ ଲାଗିଛି । ଚାଷବାସ ବ୍ୟତୀତ କୌଣସି ଅନ୍ୟ ସମୟରେ ସେ ସୌର କୃଷିରୁ ମଧ୍ୟ ବିଜୁଳି ବିକ୍ରି କରି ରୋଜଗାର କରି ପାରିବ । ଆମର ହସ୍ତତନ୍ତ ଚଳାଉଥିବା ବ୍ୟକ୍ତି ଆମର ବୟନ ଶିଳ୍ପ ଦୁନିଆର ଲୋକ; ଏମାନେ ମଧ୍ୟ ନୀତିଦିନ ରୋଜଗାର କରିବାରେ ଲାଗି ପଡ଼ିଛନ୍ତି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆମ ଦେଶରେ ଆର୍ଥିକ ବିକାଶ ହେଉ, ଆର୍ଥିକ ସମୃଦ୍ଧି ହେଉ, କିନ୍ତୁ ଏହା ବ୍ୟତୀତ ମଧ୍ୟ ମଣିଷର ଗାରିମା, ଏହା ହେଉଛି ସର୍ବଶ୍ରେଷ୍ଠ ମଣିଷର ଗାରିମା ବିନା ଦେଶ ସନ୍ତୁଳିତ ଭାବେ ନା ଜୀଇଁ ପାରିଥାଏ, ନା ଆଗକୁ ଚାଲି ପାରିଥାଏ, ନା ବଢ଼ି ପାରିଥାଏ । ଏଥିପାଇଁ ବ୍ୟକ୍ତିର ଗାରିମା, ବ୍ୟକ୍ତିର ସମ୍ମାନ, ଆମକୁ ସେହି ଯୋଜନା ଗୁଡ଼ିକୁ ନେଇକରି ଆଗକୁ ବଢ଼ିବା ଆବଶ୍ୟକ । ଫଳରେ ସେ ସମ୍ମାନର ସହିତ ଜୀବନ ଜୀଇଁ ପାରିବେ, ଗର୍ବର ସହିତ ଜୀଇଁ ପାରିବେ । ନୀତି ଗୁଡ଼ିକ ଏପରି ହେଉ, ରୀତି ଏପରି ହେଉ, ଦ୍ଦେଶ୍ୟ ଏଭଳି ହେଉ, ଯାହାଦ୍ୱାରା ସାଧାରଣ ମଣିଷ, ଗରିବରୁ ଗରିବ ମଣିଷ ମଧ୍ୟ ସମସ୍ତଙ୍କୁ ଅନ୍ୟର ସମକକ୍ଷ ଭାବି ନିଜକୁ ନିଜେ ଜୀଇଁବାର ସୁଯୋଗ ଦେଖୁଥାଉ ।

ଆଉ ଏଥିପାଇଁ ଉଜ୍ଜ୍ୱଳା ଯୋଜନାରେ, ଆମେ ଗରିବ ଲୋକଙ୍କ ଘରେ ଗ୍ୟାସ ପହଂଚାଇବାର କାର୍ଯ୍ୟ କରିଛୁ । ସୌଭାଗ୍ୟ ଯୋଜନାରେ ଗରିବଙ୍କ ଘରେ ବିଜୁଳି ପହଂଚାଇବାର କାର୍ଯ୍ୟ କରିଛୁ । ଶ୍ରମେବ ଜୟତେକୁ ଶକ୍ତି ଦେଇ ଆମେ ଆଗକୁ ବଢ଼ିବା ଦିଗରେ କାର୍ଯ୍ୟ କରୁଛୁ ।

କାଲି ହିଁ ଆମେ ମହାମହିମ ରାଷ୍ଟ୍ରପତି ମହୋଦୟଙ୍କର ଉଦବୋଧନ ଶୁଣିଲୁ । ସେ ବଡ଼ ବିସ୍ତୃତ ଭାବେ ଗ୍ରାମ ସ୍ୱରାଜ ଅଭିଯାନ ବିଷୟରେ ବର୍ଣ୍ଣନା କଲେ । ଯେତେବେଳେ ମଧ୍ୟ ସରକାରଙ୍କର କଥା ଆସିଥାଏ, ତ କହି ଥାଆନ୍ତି କି ନୀତି ଗୁଡ଼ିକ ତ ପ୍ରସ୍ତୁତ ହୋଇଥାଏ, କିନ୍ତୁ ସବୁଠାରୁ ଶେଷରେ ଥିବା ଲୋକ ପାଖରେ ପହଂଚେ ନାହିଁ । କାଲି ରାଷ୍ଟ୍ରପତି ମହୋଦୟ ବେଶ ଭଲ ଭାବରେ ବର୍ଣ୍ଣନା କରିଛନ୍ତି ଯେ କିଭଳି ଭାବରେ ଅଭିଳାଷୀ ଜିଲ୍ଲା ଗୁଡ଼ିକର 65 ହଜାର ଗାଁରେ, ଦିଲ୍ଲୀରେ ଚାଲୁଥିବା ଯୋଜନାକୁ ଗରିବଙ୍କ ଘର ପର୍ଯ୍ୟନ୍ତ, ଅନୁନ୍ନତ ଗାଁ ପର୍ଯ୍ୟନ୍ତ କିପରି ପହଂଚାଯାଇଛି, ଏହାର କାମ କରାଯାଇଛି ।

ପ୍ରିୟ ଦେଶବାସୀଗଣ, 2014ରେ ମୁଁ ଏହି ଲାଲକିଲ୍ଲାର ପ୍ରାଚୀରରୁ ଯେତେବେଳେ ସ୍ୱଚ୍ଛତାର କଥା କହିଥିଲି, ତ କିଛି ଲୋକ ଏହାକୁ ପରିହାସରେ ଉଡ଼ାଇ ଦେଇଥିଲେ, ଥଟ୍ଟା କରିଥିଲେ । କିଛି ଲୋକ ଏହା ମଧ୍ୟ କହିଥିଲେ ଆରେ, ସରକାରଙ୍କ ପାଖରେ ବହୁତ କିଛି କାର୍ଯ୍ୟ ଅଛି ଇଏ ସ୍ୱଚ୍ଛତା ଭଳି ନିଜର ଶକ୍ତିକୁ କାହିଁକି ବିନିଯୋଗ କରିବାକୁ ଯାଉଛନ୍ତି କିନ୍ତୁ ଭାଇ ଓ ଭଉଣୀ ମାନେ, ବିଗତ ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ଆସିଛି ଏବଂ ଡବ୍ଲ୍ୟୁଏଚଓ କହୁଛି କି ଭାରତରେ ସ୍ୱଚ୍ଛତା ଅଭିଯାନ କାରଣରୁ 3 ଲକ୍ଷ ଶିଶୁ ମୃତ୍ୟୁ ମୁଖରୁ ବଂଚି ଯାଇଛନ୍ତି । କେଉଁ ହିନ୍ଦୁସ୍ଥାନୀ ଥିବ ଯାହାଙ୍କୁ ସ୍ୱଚ୍ଛତାରେ ଭାଗିଦାରୀ ହୋଇ ଏହି 3 ଲକ୍ଷ ଶିଶୁଙ୍କ ଜୀବନ ବଂଚାଇବାର ପୁଣ୍ୟ ପାଇବାର ସୁଯୋଗ ନ ମିଳିଥିବ । ଗରିବ ମାନଙ୍କର 3 ଲକ୍ଷ ପିଲାଙ୍କର ଜୀବନ ବଂଚାଇବା ହେଉଛି କେତେ ବଡ଼ ମାନବିକତାର କାର୍ଯ୍ୟ । ସାରା ଦୁନିଆର ସଂସ୍ଥା ଗୁଡ଼ିକ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଭାଇ ଓ ଭଉଣୀମାନେ, ଆସନ୍ତା ବର୍ଷ ହେଉଛି ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀର ବର୍ଷ । ପୂଜ୍ୟ ବାପୁ ନିଜ ଜୀବନରେ ସ୍ୱଚ୍ଛତାକୁ ସ୍ୱାଧୀନତାଠାରୁ ଅଧିକ ମହତ୍ୱ ଦେଇଥିଲେ । ସେ କହୁଥିଲେ କି ସ୍ୱାଧୀନତା ମିଳିଲା, ସତ୍ୟାଗ୍ରହୀ ମାନଙ୍କଠାରୁ, ସ୍ୱଚ୍ଛତା ମିଳିବ ସ୍ୱଚ୍ଛାଗ୍ରହୀ ମାନଙ୍କ ଠାରୁ । ଗାନ୍ଧିଜୀ ସତ୍ୟାଗ୍ରହୀ ତିଆରି କରିଥିଲେ, ଆଉ ଆଜି ଗାନ୍ଧିଜୀଙ୍କ ପ୍ରେରଣା ସ୍ୱେଚ୍ଛାଗ୍ରହୀଙ୍କୁ ତିଆରି କରିଛି । ଆଉ ଆଗାମୀ 150 ତମ ଜୟନ୍ତୀ ଯେତେବେଳେ ପାଳନ କରିବା, ସେତେବେଳେ ଏହି ଦେଶ ପୂଜ୍ୟ ବାପୁଙ୍କୁ ସ୍ୱଚ୍ଛ ଭାରତ ରୂପରେ, ଏ ଆମର କୋଟି କୋଟି ସ୍ୱେଚ୍ଛାଗ୍ରହୀ ପୂଜ୍ୟ ବାପୁଜୀଙ୍କୁ କାର୍ଯ୍ୟାଞ୍ଜଳି ସମର୍ପଣ କରିବେ । ଆଉ ଗୋଟିଏ ପ୍ରକାରରେ ଯେଉଁ ସ୍ୱପ୍ନକୁ ନେଇ କରି ଆମେ ଚାଲୁଛେ, ସେହି ସ୍ୱପ୍ନକୁ ସଂପୂର୍ଣ୍ଣ କରିବା ।

ମୋର ଭାଇ ଓ ଭଉଣୀମାନେ, ଠିକ ସେହିପରି ସ୍ୱଚ୍ଛତା ମଧ୍ୟ 3 ଲକ୍ଷ ଲୋକଙ୍କର ଜୀବନ ବଂଚାଇଛି । କିନ୍ତୁ ମଧ୍ୟମ ବର୍ଗର କେତେ ସୁଖୀ ପରିବାର ନ ହେଉ କାହିଁକି, ଖୁବ ଭଲ ଆୟ କରିବାବାଲା ବ୍ୟକ୍ତି ହୋଇଥାଉ ନା କାହିଁକି, ଗରିବ ନ ହେଉ ପଛେ, ଥରେ ପରିବାରକୁ ରୋଗ ଆସିଗଲେ ତ ସେହି ବ୍ୟକ୍ତି ନୁହେଁ ସଂପୂର୍ଣ୍ଣ ପରିବାର ରୋଗଗ୍ରସ୍ତ ହୋଇ ଯାଇଥାଏ । ବେଳେବେଳେ ପିଢି ପରେ ପିଢି ରୋଗ କବଳରେ ଫସି ଯାଇ ଥାଆନ୍ତି ।

ଦେଶର ଗରିବରୁ ଗରିବ ବ୍ୟକ୍ତିଙ୍କୁ ସାଧାରଣ ଜନତାଙ୍କୁ ଆରୋଗ୍ୟର ସୁବିଧା ମିଳୁ, ଏଥିପାଇଁ ଜଟିଳ ରୋଗ ନିମନ୍ତେ ଆଉ ବଡ଼ ଚିକିତ୍ସାଳୟରେ ସାଧାରଣ ମଣିଷକୁ ମଧ୍ୟ ଆରୋଗ୍ୟର ସୁବିଧା ମିଳୁ, ମାଗଣାରେ ମିଳୁ, ଆଉ ଏଥିପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଏହି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଅଧୀନରେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର 10 କୋଟି ପରିବାର, ଏହା ହେଉଛି ପ୍ରାରମ୍ଭିକ ପର୍ଯ୍ୟାୟରେ, ଆଗାମୀ ଦିନ ମାନଙ୍କରେ ନିମ୍ନ ମଧ୍ୟମ ବର୍ଗ, ମଧ୍ୟମ ବର୍ଗ, ଉଚ୍ଚ ମଧ୍ୟମ ବର୍ଗଙ୍କୁ ମଧ୍ୟ ଏହାର ଲାଭ ମିଳିବାକୁ ଯାଉଛି । ଏଥିପାଇଁ 10 କୋଟି ପରିବାରଙ୍କୁ, ଅର୍ଥାତ ପ୍ରାୟ 50 କୋଟି ନାଗରିକ, ପ୍ରତ୍ୟେକ ପରିବାରଙ୍କୁ 5 ଲକ୍ଷ ଟଙ୍କାର ବାର୍ଷିକ ସ୍ୱାସ୍ଥ୍ୟ ବୀମା ଦେବାର ଯୋଜନା ରହିଛି । ଏହା ଆମେ ଏହି ଦେଶକୁ ଦେବାକୁ ଯାଉଛୁ । ଏହା ହେଉଛି ବୈଷୟିକ ଜ୍ଞାନ ଆଧାରିତ ବ୍ୟବସ୍ଥା, ପାରଦର୍ଶିତା ଉପରେ ଗୁରୁତ୍ୱ ଦିଆଯାଉ । କୌଣସି ସାଧାରଣ ବ୍ୟକ୍ତିକୁ ଏହି ସୁଯୋଗ ପାଇବାରେ ଅସୁବିଧା ନ ହେଉ । ପ୍ରତିବନ୍ଧକ ନ ଆସୁ । ଏଥିପାଇଁ ଆମେ ବୈଷୟିକ ଜ୍ଞାନ ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଛି । ଏଥିପାଇଁ ଆମର ବୈଷୟିକ ଜ୍ଞାନ ଏକ ଆଧାର ହୋଇଛି ।

15 ଅଗଷ୍ଟରୁ ଆଗାମୀ 4-5-6 ସପ୍ତାହରେ ଦେଶର ଭିନ୍ନ ଭିନ୍ନ ଭାଗରେ ଏହି ବୈଷୟିକ ଜ୍ଞାନର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ଆଉ ଏହାକୁ ସଂପୂର୍ଣ୍ଣ ଭାବେ ପ୍ରମାଣିତ କରିବା ଦିଗରେ ଏହି ପ୍ରୟାସ ଚାଲୁ ରହିଛି । ଆଉ ପୁଣି ଏହି ଯୋଜନାକୁ ଅଗ୍ରସର କରାଇବା ପାଇଁ 25 ସେପ୍ଟେମ୍ବର ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀରେ, 25 ସେପ୍ଟେମ୍ବର ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ସମଗ୍ର ଦେଶରେ ଏହି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଶୁଭାରମ୍ଭ କରି ଦିଆଯିବ । ଆଉ ଏହାର ପରିଣାମ ଏହା ହେବ କି ଦେଶର ଗରିବ ବ୍ୟକ୍ତିଙ୍କୁ ଏବେ ରୋଗର ସଙ୍କଟ ସମୟରେ ସଙ୍ଘର୍ଷ କରିବାକୁ ପଡ଼ିବ ନାହିଁ । ତାକୁ ସାହୁକାରଙ୍କଠାରୁ ସୁଧ ଦେଇ କରଜ ଆଣିବାକୁ ପଡ଼ିବ ନାହିଁ । ତାପରିବାର ଛାରଖାର ହେବ ନାହିଁ । ଆଉ ଦେଶରେ ମଧ୍ୟ ମଧ୍ୟମ ବର୍ଗର ପରିବାର ପାଇଁ, ଯୁବକମାନଙ୍କ ପାଇଁ ଆରୋଗ୍ୟ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ନୂତନ ଡାକ୍ତରଖାନା ନିର୍ମାଣ ହେବ । ବହୁତ ବଡ଼ ସଂଖ୍ୟାରେ ମେଡିକାଲ କର୍ମଚାରୀଙ୍କର ଆବଶ୍ୟକତା ପଡ଼ିବ । ବହୁତ ବ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ଭାଇ ଓ ଭଉଣୀମାନେ, କୌଣସି ଗରିବ, ଗରିବୀ ମଧ୍ୟରେ ବଂଚିବାକୁ ଚାହିଁବ ନାହିଁ । କୌଣସି ଗରିବ, ଗରିବୀ ମଧ୍ୟରେ ମରିବାକୁ ଚାହିଁବ ନାହିଁ । କୌଣସି ଗରିବ ନିଜ ପିଲାମାନଙ୍କୁ ପରମ୍ପରାଗତ ଭାବେ ଗରିବୀକୁ ଦେଇ ଯିବାକୁ ଚାହିଁବ ନାହିଁ । ସେ ବ୍ୟତିବ୍ୟସ୍ତ ହୋଇ ଯାଉଛି କି ସାରା ଜୀବନ ଗରିବୀରୁ ବାହାରି ପାରିଲା ନାହିଁ ଆଉ ଏହି ସଙ୍କଟରୁ ବାହାରକୁ ଆସିବା ପାଇଁ ଗରିବଙ୍କୁ ସଶକ୍ତ କରିବାର ଏହା ହେଉଛି ଉପଚାର, ଏହା ହେଉଛି ଏ ଉପାୟ ।

ଆମେ ବିଗତ ଚାରି ବର୍ଷରେ ଗରିବ ମାନଙ୍କୁ ସଶକ୍ତ କରିବା ଦିଗରେ ଗୁରୁତ୍ୱ ଦେଉଛୁ । ଆମର ପ୍ରୟାସ ରହିଛି କି ଗରିବ ସଶକ୍ତ ହୁଅନ୍ତୁ । ଆଉ ଏବେ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଏକ ବହୁତ ଭଲ ରିପୋର୍ଟ ଦେଇଛି । ସେ କହିଛି ଯେ ବିଗତ ଦୁଇ ବର୍ଷରେ ଭାରତରେ ପାଂଚ କୋଟି ଗରିବ, ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠି ଆସିଛନ୍ତି ।

ଭାଇ ଓ ଭଉଣୀମାନେ, ଯେତେବେଳେ ଗରିବର ସଶକ୍ତି କରଣ କାର୍ଯ୍ୟ କରନ୍ତି, ଆଉ ଯେତେବେଳେ ମୁଁ ଆୟୁଷ୍ମାନ ଭାରତର କଥା କହୁଥିଲି ଦଶ କୋଟି ପରିବାର ଅର୍ଥାତ 50 କୋଟି ଜନସଂଖ୍ୟା । ବହୁତ କମ୍ ଲୋକଙ୍କୁ ଏହି କଥାର ଅନୁମାନ ରହିଥିବ କି ଏହା ହେଉଛି କେତେ ବ ଯୋଜନା । ଯଦି ମୁଁ ଆମେରିକା, କାନାଡା ଏବଂ ମେକ୍ସିକୋର ଜନସଂଖ୍ୟାକୁ ମିଶାଇ ଦେବି, ତ ପ୍ରାୟ ଏତିକି ସଂଖ୍ୟାର ହିତାଧିକାରୀ ଆୟୁଷ୍ମାନ ଭାରତ ଯୋଜନାରେ ଅଛନ୍ତି । ଯଦି ମୁଁ ସମଗ୍ର ୟୁରୋପର ଜନସଂଖ୍ୟାକୁ ଗଣିନେବି ତ ପାଖାପାଖି ସେହି ଜନସଂଖ୍ୟା ଭାରତରେ ଏହି ଆୟୁଷ୍ମାନ ଭାରତର ହିତାଧିକାରୀ ହେବାକୁ ଯାଉଛନ୍ତି ।

ଭାଇ ଓ ଭଉଣୀମାନେ, ଗରୀବଙ୍କୁ ସଶକ୍ତ କରିବା ପାଇଁ ଆମେ ଅନେକ ଯୋଜନା ପ୍ରସ୍ତୁତ କରିଛୁ । ଯୋଜନା ତ ପ୍ରସ୍ତୁତ ହୋଇଥାଏ । କିନ୍ତୁ ମଧ୍ୟସ୍ଥି, ନକଲି କମ୍ପାନୀ ଏଥିରୁ ମଲାଇ ଖାଇ ଯାଆନ୍ତି । ଗରିବମାନଙ୍କୁ ତାଙ୍କର ଅଧିକାର ମିଳି ନ ଥାଏ । ରାଜକୋଷରୁ ଅର୍ଥ ଯାଇଥାଏ, ଯୋଜନାଗୁଡ଼ିକ କାଗଜରେ ଦେଖିବାକୁ ମିଳିଥାଏ, ଦେଶ ଲୁଟ୍ ହୋଇ ଚାଲିଥାଏ । ସରକାର ଆଖି ବନ୍ଦ କରି ବସି ପାରିବେ ନାହିଁ । ଆଉ ମୁଁ ତ କେବେ ଆଦୌ ବସି ପାରିବି ନାହିଁ ।

ଆଉ ଏଥିପାଇଁ ଭାଇ ଓ ଭଉଣୀ ମାନେ, ଆମ ବ୍ୟବସ୍ଥାରେ ଆସିଥିବା ତ୍ରୁଟି ବିଚ୍ୟୁତିକୁ ଦୂର କରି ଦେଶର ସାଧାରଣ ମଣିଷଙ୍କ ମନରେ ବିଶ୍ୱାସ ଜନ୍ମାଇବାର ବହୁତ ଆବଶ୍ୟକତା ରହିଛି । ଆଉ ଏହି ଦାୟିତ୍ୱ ରାଜ୍ୟର ହେଉ, କେନ୍ଦ୍ରର ହେଉ, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ହେଉ, ଆମ ସମସ୍ତଙ୍କୁ ମିଳିମିଶି ତୁଲାଇବାକୁ ପଡ଼ିବ । ଆଉ ଏହାକୁ ଆଗକୁ ବଢ଼ାଇବାକୁ ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେବେଠାରୁ ଆମେ ସଫାଇ ଅଭିଯାନରେ ଲାଗିଛୁ, ବାଟମାରଣା ବନ୍ଦ କରିବାରେ ଲାଗିଛୁ, କେହି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ହୋଇଥିବେ, ଗ୍ୟାସ ସଂଯୋଗର ହିତାଧିକାରୀ, ନକଲି ଗ୍ୟାସ ସଂଯୋଗ ବାଲା, କେହି ରାସନକାର୍ଡର ହିତାଧିକାରୀ ହୋଇଥାଉ, କିଏ ବୃତିର ହିତାଧିକାରୀ ହୋଇଥାଉ, କିଏ ପେନସନର ହିତାଧିକାରୀ ହୋଇଥାଉ । ଲାଭ ପାଇବା ପାଇଁ ଏପରି 6 କୋଟି ଲୋକ ଥିଲେ ଯେଉଁମାନେ କେବେ ମଧ୍ୟ ଜନ୍ମ ହୋଇ ନ ଥିଲେ । ଯେଉଁମାନଙ୍କର କୌଣସି ଅସ୍ତିତ୍ୱ ନ ଥିଲା, କିନ୍ତୁ ସେମାନଙ୍କ ନାମରେ ଅର୍ଥ ଯାଉଥିଲା । ଏହି 6 କୋଟି ନାମକୁ ବାଦ ଦେବା କେତେ ବଡ଼ କଠିନ କାର୍ଯ୍ୟ ହେବ, କେତେ ଲୋକଙ୍କୁ ଅସୁବିଧା ହୋଇଥିବ । ଯେଉଁ ମଣିଷ ଜନ୍ମ ହୋଇ ନାହିଁ, ଯେଉଁ ମଣିଷ ମାଟିରେ ନାହିଁ । ଏଭଳି ନକଲି ନାମ ଲେଖି ଟଙ୍କା ହଡ଼ପ କରି ନିଆ ଯାଉଥିଲା ।

ଏହି ସରକାର ଏହାକୁ ରୋକିଛନ୍ତି । ଭ୍ରଷ୍ଟାଚାର, କଳାଧନ, ଏ ସମସ୍ତ କାରବାର ରୋକିବା ଦିଗରେ ଆମେ ପଦକ୍ଷେପ ଉଠାଇଛୁ ।

ଭାଇ ଓ ଭଉଣୀମାନେ, ଆଉ ଏହାର ପରିଣାମ କଣ ଆସିଲା? ପାଖାପାଖି 90 ହଜାର କୋଟି ଟଙ୍କା, ଏହା କୌଣସି କମ୍ ଅର୍ଥ ନୁହେଁ । 90 ହଜାର କୋଟି ଟଙ୍କା ଯାହା ନକଲି ଲୋକଙ୍କ ହାତକୁ ଭୁଲ ଉପାୟରେ, ଭୁଲ ପ୍ରକ୍ରିୟା ଦ୍ୱାରା ଚାଲି ଯାଉଥିଲା, ଆଜି ତାହା ଦେଶର ରାଜକୋଷରେ ସଂଚୟ ହେଉଛି, ଯାହା ଦେଶର ସାଧାରଣ ମଣିଷଙ୍କ ଭଲ କାମରେ ବିନିଯୋଗ କରାଯାଇ ପାରୁଛି ।

ଭାଇ ଓ ଭଉଣୀମାନେ, ଏହା କାହିଁକି ହେଉଛି? ଏହି ଦେଶ ହେଉଛି ଗରିବଙ୍କର ଗରିମା ପାଇଁ କାମ କରିବାବାଲା ଦେଶ । ଆମ ଦେଶର ଗରିବ ସମ୍ମାନର ସହିତ ବଂଚନ୍ତୁ, ଏଥିପାଇଁ କାମ କରିବାର ଅଛି । କିନ୍ତୁ ଏହି ମଧ୍ୟସ୍ଥି କଣ କରୁଛନ୍ତି? ଆପଣମାନଙ୍କୁ ଜଣାଥିବ କି ବଜାରରେ ଗହମର ଦର 24 -25 ଟଙ୍କା ଅଛି, ଯେତେବେଳେ କି ରାସନ କାର୍ଡରେ ସରକାର ସେହି ଗହମକୁ 24 -25 ଟଙ୍କାରେ କିଣି କେବଳ ଦୁଇ ଟଙ୍କାରେ ଗରିବଙ୍କ ପାଖରେ ପହଂଚାଉଛନ୍ତି । ବଜାରରେ ଚାଉଳର ଦର ହେଉଛି 30-32 ଟଙ୍କା, କିନ୍ତୁ ଗରିବଙ୍କୁ ଚାଉଳ ମିଳୁ, ଏଥିପାଇଁ ସରକାର 30-32 ଟଙ୍କାରେ କିଣି 3 ଟଙ୍କାରେ ରାସନ କାର୍ଡ ପାଇଥିବା ଗରିବଙ୍କ ପାରେ ପହଂଚାଉଛନ୍ତି । ଅର୍ଥାତ 1 କିଲୋ ଗହମ କିଏ ଚୋରି କରି ନେଇଯାଏ, ଭୁଲ ଭାବରେ ନକଲି ନାମରେ ତ ତାକୁ 20-25 ଟଙ୍କା ଏମିତିରେ ମିଳି ଯାଇଥାଏ । ଏକ କିଲୋ ଚାଉଳ ମାରି ନେଲା ତ ତାକୁ 30-35 ଟଙ୍କା ଏମିତିରେ ହିଁ ମିଳି ଯାଇଥାଏ ଆଉ ଏହି କାରଣରୁ ଜାଲ ନାମରେ କାରବାର ଚାଲୁଥିଲା । ଆଉ ଯେତେବେଳେ ଗରିବ ରାସନ କାର୍ଡ ଦୋକାନକୁ ଯାଉଥିଲା, ସେ କହୁଥିଲା ରାସନ ଶେଷ ହୋଇଗଲା, ରାସନ ସେହିଠାରୁ ବାହାରି ଅନ୍ୟ ଦୋକାନକୁ ଚାଲି ଯାଉଥିଲା ଆଉ ସେ 2 ଟଙ୍କାରେ ମିଳୁଥିବା ରାସନ ମୋ ଗରିବଙ୍କୁ 20 ଟଙ୍କାରେ 25 ଟଙ୍କାରେ କିଣିବାକୁ ପଡ଼ୁଥିଲା । ସେମାନଙ୍କର ଅଧିକାର ଛଡ଼ାଇ ନିଆ ଯାଉଥିଲା, ଭାଇ ଓ ଭଉଣୀ ମାନେ । ଆଉ ଏଥିପାଇଁ ଏହି ନକଲି କାରବାରକୁ ଏବେ ବନ୍ଦ କରାଯାଇଛି ଆଉ ତାକୁ ରୋକିଛୁ ।

ଭାଇ ଓ ଭଉଣୀମାନେ, ଆମ ଦେଶର କୋଟି କୋଟି ଗରିବଙ୍କୁ 2 ଟଙ୍କାରେ, 3 ଟଙ୍କାରେ ଭୋଜନ ମିଳିଥାଏ । ସରକାର ସେଥିପାଇଁ ବହୁତ ବଡ଼ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାର ସୁନାମ ସରକାରଙ୍କୁ ଯାଇ ନ ଥାଏ । ମୁଁ ଆଜି ବିଶେଷ କରି ମୋ ଦେଶର ସଚ୍ଚୋଟ ଟିକସଦାତା ମାନଙ୍କୁ କହିବାକୁ ଚାହୁଁଛି କି ଆଜି ଯେତେବେଳେ ଦ୍ୱିପ୍ରହରରେ ଆପଣ ଖାଦ୍ୟ ଖାଉଛନ୍ତି, କ୍ଷଣକ ପାଇଁ ପରିବାରଙ୍କ ସାଥୀରେ ବସି ମୋ କଥାକୁ ମନେ ପକାଇବେ । ମୁଁ ଆଜି ସଚ୍ଚୋଟ କରଦାତା ମାନଙ୍କର ହୃଦୟକୁ ଛୁଇଁବାକୁ ଚାହୁଁଛି । ସେମାନଙ୍କ ମନ ମନ୍ଦିରରେ ପ୍ରଣାମ କରିବାକୁ ଯାଉଛି । ମୋ ଦେଶବାସୀଙ୍କ ମଧ୍ୟରେ ଯେଉଁ ସଚ୍ଚୋଟ କରଦାତା ଅଛନ୍ତି, ଯେଉଁମାନେ ଟିକସ ଦେଉଛନ୍ତି, ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି ଯେଉଁ ସଚ୍ଚୋଟ ବ୍ୟକ୍ତି ଟିକସ ଦେଉଛନ୍ତି, ସେହି ଅର୍ଥରେ ଏହି ଯୋଜନା ଗୁଡ଼ିକ ଚାଲୁଛି । ଏହି ଯୋଜନା ଗୁଡ଼ିକର ପୁଣ୍ୟ ଯଦି କାହାକୁ ମିଳୁଥାଏ, ତ ସରକାରଙ୍କୁ ନୁହେଁ, ମୋର ସଚ୍ଚୋଟ କରଦାତାଙ୍କୁ ମିଳିଥାଏ, ଟିକସଦାତା ମାନଙ୍କୁ ମିଳିଥାଏ । ଆଉ ଏଥିପାଇଁ ଯେତେବେଳେ ଆପଣ ମାନେ ଖାଦ୍ୟ ଖାଇବାକୁ ବସନ୍ତି, ତ ଆପଣ ବିଶ୍ୱାସ କରନ୍ତୁ, ଆପଣଙ୍କ ଟିକସ ଦେବାର ସଚ୍ଚୋଟ ପ୍ରକ୍ରିୟାର ପରିଣାମ ହେଉଛି କି ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି, ସେହି ସମୟରେ ତିନୋଟି ଗରିବ ପରିବାର ମଧ୍ୟ ଖାଦ୍ୟ ଖାଉଛନ୍ତି, ଯାହାର ପୁଣ୍ୟ ସଚ୍ଚୋଟ କରଦାତାଙ୍କୁ ମିଳିଥାଏ । ଆଉ ଗରିବଙ୍କ ପେଟ ପୁରିଥାଏ ।

ବନ୍ଧୁଗଣ, ଦେଶରେ ଟିକସ ଦେଉ ନ ଥିବା ଅପପ୍ରଚାର କରାଯାଉଛି, କିନ୍ତୁ ଯେତେବେଳେ କରଦାତାଙ୍କୁ ଜଣା ଯାଇଥାଏ କି ତାଟିକସରୁ, ତାକର ମଧ୍ୟରୁ, ଯଦିଓ ସେ ଘରେ ବସିଥାଏ, ଶୀତତାପ ନିୟନ୍ତ୍ରୀତ ଘରେ ବସିଥାଏ । କିନ୍ତୁ ତାର ଟିକସ ଦ୍ୱାରା ସେହି ସମୟରେ ତିନୋଟି ଗରିବ ପରିବାର ନିଜ ପେଟ ପୁରାଇ ଖାଇ ଥାଆନ୍ତି । ଏହାଠାରୁ ବଡ଼ ସନ୍ତୋଷଜନକ କଥା ଜୀବନରେ ଆଉ କଣ ହୋଇପାରେ । ଏହାଠାରୁ ଅଧିକ ପୁଣ୍ୟ ମନକୁ କଣ ମିଳି ପାରେ ।

ଭାଇ ଓ ଭଉଣୀମାନେ, ଆଜି ଦେଶ ସଚ୍ଚୋଟତାର ଉତ୍ସବକୁ ନେଇ ଆଗକୁ ବଢ଼ୁଛି ଆଉ ସଚ୍ଚୋଟତାର ଉତ୍ସବକୁ ନେଇ ଚାଲୁଛି । ଦେଶରେ 2013 ପର୍ଯ୍ୟନ୍ତ, ଅର୍ଥାତ୍ ବିଗତ 70 ବର୍ଷର ଆମର ଗତିବିଧିର ଏହି ପରିଣାମ ରହିଥିଲା କି ଦେଶରେ ପ୍ରତ୍ୟକ୍ଷ କର ଦେଉଥିବା 4  କୋଟି ଲୋକ ଥିଲେ । କିନ୍ତୁ ଭାଇ ଓ ଭଉଣୀମାନେ, ଆଜି ଏହି ସଂଖ୍ୟା ପ୍ରାୟ ଦୁଇ ଗୁଣା ହୋଇ ସାତ କୋଟି ପଂଚସ୍ତରୀ ଲକ୍ଷ ହୋଇ ଯାଇଛି ।

ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ, ଆମ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତିକୁ ଶେଷ କରିବା ପାଇଁ ଦେଶର ସାଧାରଣ ମଣିଷଙ୍କ ମନରେ ବିଶ୍ୱାସ ଜନ୍ମାଇବାର ବହୁତ ଆବଶ୍ୟକ ରହିଛି । ଆଉ ଏହି ଦାୟିତ୍ୱ ରାଜ୍ୟ ହେଉ, କେନ୍ଦ୍ର ହେଉ, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ହେଉ, ଆମ ସମସ୍ତଙ୍କୁ ମିଳିମିଶି ତୁଲାଇବାକୁ ପଡ଼ିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେବେଠାରୁ ଆମେ ସଫାଇ ଅଭିଯାନରେ ଲାଗିଛୁ, ବାଟମାରଣା ବନ୍ଦ କରିବାରେ ଲାଗିଛୁ, କେହି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ହୋଇଥିବେ, ଗ୍ୟାସ ସଂଯୋଗର ହିତାଧିକାରୀ, ନକଲି ଗ୍ୟାସ ସଂଯୋଗ ବାଲା, କେହି ରାସନକାର୍ଡର ହିତାଧିକାରୀ ହୋଇଥାଉ, କିଏ ବୃତ୍ତିର ହିତାଧିକାରୀ ହୋଇଥାଉ, କିଏ ପେନସନର ହିତାଧିକାରୀ ହୋଇଥାଉ । ଲାଭ ପାଇବା ପାଇଁ ଏପରି 6 କୋଟି ଲୋକ ଥିଲେ ଯେଉଁମାନେ କେବେ ମଧ୍ୟ ଜନ୍ମ ହୋଇ ନ ଥିଲେ । ଯେଉଁମାନଙ୍କର କୌଣସି ଅସ୍ତିତ୍ୱ ନ ଥିଲା, କିନ୍ତୁ ସେମାନଙ୍କ ନାମରେ ଅର୍ଥ ଯାଉଥିଲା । ଏହି 6 କୋଟି ନାମକୁ ବାଦ ଦେବା କେତେ ବଡ଼ କଠିନ କାର୍ଯ୍ୟ ହେବ, କେତେ ଲୋକଙ୍କୁ ଅସୁବିଧା ହୋଇଥିବ । ଯେଉଁ ମଣିଷ ଜନ୍ମ ହୋଇ ନାହିଁ, ଯେଉଁ ମଣିଷ ମାଟିରେ ନାହିଁ । ଏଭଳି ନକଲି ନାମ ଲେଖି ଟଙ୍କା ହଡ଼ପ କରି ନିଆ ଯାଉଥିଲା ।

କେଉଁଠି ତିନି, ସାଢ଼େ ତିନି, ତିନି କୋଟି ପଂଚସ୍ତରୀ ଲକ୍ଷ ଆଉ କେଉଁଠି 6 କୋଟି ପଂଚସ୍ତରୀ ଲକ୍ଷ, ଏହା ହେଉଛି ସଚ୍ଚୋଟତାର ଜୀବନ୍ତ ଉଦାହରଣ । 70 ବର୍ଷରେ ଆମ ଦେଶରେ ଯେତେ ଅପ୍ରତ୍ୟକ୍ଷ କର ସହିତ ଉଦ୍ୟମୀମାନେ ଯୋଡ଼ି ହୋଇଥିଲେ ତାହା 70 ବର୍ଷରେ 70 ଲକ୍ଷ ସଂଖ୍ୟାରେ ପହଂଚିଛି । 70 ବର୍ଷରେ 70 ଲକ୍ଷ କିନ୍ତୁ କେବଳ ଜିଏସଟି ଆସିବା ପରେ ବିଗତ ଏକ ବର୍ଷରେ ଏହି 70 ଲକ୍ଷର ସଂଖ୍ୟା ଏକ କୋଟି 16 ଲକ୍ଷ ଉପରେ ପହଂଚି ଗଲା । ଭାଇ ଓ ଭଉଣୀମାନେ, ମୋ ଦେଶର ପ୍ରତ୍ୟେକ ବ୍ୟକ୍ତି ଆଜି ସଚ୍ଚୋଟତାର ଉତ୍ସବରେ ଆଗକୁ ଆସୁଛନ୍ତି । ଯେଉଁମାନେ ମଧ୍ୟ ଆଗକୁ ଆସୁଛନ୍ତି ମୁଁ ସେମାନଙ୍କୁ ପ୍ରଣାମ କରୁଛି । ଯେଉଁମାନେ ଆଗକୁ ଯିବାକୁ ଚାହୁଁଛନ୍ତି ଆମେ ସେମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛୁ । ଏବେ ଦେଶ ଅସୁବିଧାରୁ ମୁକୁଳି ଗୌରବପୂର୍ଣ୍ଣ କରଦାତାଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୁଁ କରଦାତାମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି । ଆପଣ ଦେଶ ନିର୍ମାଣରେ ଯୋଗଦାନ ଦେଉଛନ୍ତି, ଆପଣମାନଙ୍କର ଅସୁବିଧା ହେଉଛି ଆମର ଅସୁବିଧା । ଆମେ ଆପଣମାନଙ୍କ ସହିତ ଠିଆ ହୋଇଛୁ, କାରଣ ଆପଣଙ୍କ ଯୋଗଦାନରେ ଆମେ ଦେଶକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ । ଆଉ ଏଥିପାଇଁ ଭାଇ ଓ ଭଉଣୀ ମାନେ ଆମେ କଳାଧନ, ଭ୍ରଷ୍ଟାଚାରକୁ କ୍ଷମା କରିବା ନାହିଁ । ଯେତେ ବଡ଼ ବିପଦ ଆସୁ ନା କାହିଁକି, ଏହି ମାର୍ଗକୁ ତ ମୁଁ ଛାଡ଼ିବାବାଲା ନୁହେଁ ମୋ ଦେଶବାସୀମାନେ । କାରଣ ଦେଶକୁ ଉଈ ଭଳି ଏହି ବେମାରୀ ନଷ୍ଟ କରି ରଖିଛି । ଆଉ ଏଥିପାଇଁ ଆପଣମାନେ ଦେଖିଥିବେ, ଏବେ ଦିଲ୍ଲୀର ଗଳିକନ୍ଦିରେ କ୍ଷମତାର ଦଲାଲମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହି ସମୟ ପରିବର୍ତ୍ତିତ ହୋଇ ଯାଇଛି । ଆମେ ଦେଶରେ କିଛି ଲୋକ ନିଜ ଘରେ ବସି କହୁଛୁ ଆରେ ସରକାରଙ୍କର ସେହି ନୀତି ବଦଳାଇ ଦେବି, ଅମୁକ କରିଦେବି, ସମୁକ କରିଦେବି, ସେମାନଙ୍କର ସମସ୍ତ ଦୋକାନ ବନ୍ଦ ହୋଇ ଯାଇଛି, ଦୁଆର ବନ୍ଦ ହୋଇ ଯାଇଛି ।  ଭାଇ ଓ ଭଉଣୀମାନେ, ଭାଇ-ପୁତୁରା ପରମ୍ପରାକୁ ଆମେ ଶେଷ କରି ଦେଇଛୁ । ମୋ ନିଜର-ପରର ପରମ୍ପରାକୁ ଆମେ ଶେଷ କରି ଦେଇଛୁ । ଲାଂଚ ନେବାବାଲା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି । ପ୍ରାୟ ତିନି ଲକ୍ଷ ସନ୍ଦିଗ୍ଧ କମ୍ପାନୀରେ ତାଲା ପଡ଼ି ଯାଇଛି । ସେମାନଙ୍କ ନିର୍ଦ୍ଦେଶକଙ୍କ ଉପରେ କଟକଣା ଲାଗୁ କରାଯାଇଛି ଭାଇ ଓ ଭଉଣୀ ମାନେ । ଆଉ ଆଜି ଆମେ ପ୍ରକ୍ରିୟା ଗୁଡ଼ିକୁ ପାରଦର୍ଶୀ କରିବା ପାଇଁ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ କରିଛୁ । ଆମେ ଆଇଟି ଟେକ୍ନୋଲୋଜି ଉପଯୋଗ କରିଛୁ । ଆଉ ତାହାର ପରିଣାମ ହେଉଛି କି ଆଜି ପର୍ଯ୍ୟାବରଣ ଗୋଟିଏ ସମୟ ଥିଲା କି ପରିବେଶ ମଞ୍ଜୁରି ଅର୍ଥାତ ଭ୍ରଷ୍ଟାଚାରର ପାହାଡ଼ ଚଢ଼ି ଚାଲ, ତେବେ ଯାଇ ମଞ୍ଜୁରି ମିଳୁଥିଲା । ଭାଇ ଓ ଭଉଣୀମାନେ, ଆମେ ଏହାକୁ ପାରଦର୍ଶୀ କରି ଦେଇଛୁ । ଅନଲାଇନ୍ କରି ଦେଇଛୁ । କୌଣସି ମଧ୍ୟ ବ୍ୟକ୍ତି ତାହାକୁ ଦେଖି ପାରୁଛନ୍ତି । ଆଉ ଭାରତର ସଂସାଧନର ସଦୁପଯୋଗ ହେଉ, ଏହା ଉପରେ ଆମେ କାର୍ଯ୍ୟ କରୁଛୁ । ଭାଇ ଓ ଭଉଣୀମାନେ, ଆଜି ଆମ ଦେଶ ପାଇଁ ଆଜି ଗର୍ବର ବିଷୟ ହେଉଛି କି ଆମ ଦେଶରେ  ଆଜି ସୁପ୍ରିମକୋର୍ଟରେ ତିନି ଜଣ ମହିଳା ବିଚାରପତି ଅଧିଷ୍ଠିତ ହୋଇଛନ୍ତି । ଭାରତର କୌଣସି ମଧ୍ୟ ନାରୀ ଗର୍ବ କରିପାରିବେ କି ଭାରତର ସୁପ୍ରିମକୋର୍ଟରେ ତିନି ଜଣ ମାନ୍ୟବର ମହିଳା ବିଚାରପତି ଆମ ଦେଶକୁ ନ୍ୟାୟ ପ୍ରଦାନ କରୁଛନ୍ତି । ଭାଇ ଓ ଭଉଣୀମାନେ, ମୁଁ ଗର୍ବ ଅନୁଭବ କରୁଛି କି ସ୍ୱାଧୀନତା ପରେ ଏହା ହେଉଛି ପ୍ରଥମ କ୍ୟାବିନେଟ ଯେଉଁଥିରେ ସର୍ବାଧିକ ମହିଳାଙ୍କୁ ସ୍ଥାନ ମିଳିଛି । ଭାଇ ଓ ଭଉଣୀମାନେ,ଆଜି ଏହି ମଂଚରୁ ମୁଁ ମୋର କିଛି ଝିଅମାନେ ଅଛନ୍ତି, ମୋର ସାହସୀ ଝିଅମାନଙ୍କୁ ଏକ ଖୁସୀ ଖବର ଦେବାକୁ ଚାହୁଁଛି । ଭାରତୀୟ ସଶସ୍ତ୍ର ସେନାରେ ଲଘୁ ସେବା ଆୟୋଗ ମାଧ୍ୟମରେ ନିଯୁକ୍ତ ମହିଳା ଅଧିକାରୀମାନଙ୍କୁ ପୁରୁଷଙ୍କ ସମକକ୍ଷ ଅଧିକାରୀମାନଙ୍କ ଭଳି ପାରଦର୍ଶୀ ଚୟନ ପ୍ରକ୍ରିୟା ଦ୍ୱାରା ସ୍ଥାୟୀ କମିଶନ ସଂପର୍କରେ ଆଜି ଘୋଷଣା କରୁଛି । ଆମର ଯେଉଁ ଲକ୍ଷ ଲକ୍ଷ ଝିଅମାନେ ଆଜି ୟୁନିଫର୍ମର ଜୀବନ ଜୀଉଁଛନ୍ତି, ଦେଶ ପାଇଁ କିଛି କରିବାକୁ ଚାହୁଁଛନ୍ତି । ସେମାନଙ୍କୁ ଆଜି ମୁଁ ଏହି ଉପହାର ଦେଉଛି, ଲାଲକିଲ୍ଲାର ପ୍ରାଚୀରରୁ ଉପହାର ଦେଉଛିଦେଶର ମହିଳାମାନଙ୍କୁ ଆହୁରି ଶକ୍ତିଶାଳୀ ଭାରତର  ନିର୍ମାଣରେ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି । ଆମ ମାଆଭଉଣୀ ମାନଙ୍କର ଗର୍ବ, ସେମାନଙ୍କର ଯୋଗଦାନ, ସେମାନଙ୍କର ସାମର୍ଥ୍ୟ ଆଜି ଦେଶ ଅନୁଭବ କରୁଛି ।

ଭାଇ ଓ ଭଉଣୀମାନେ, କିଛି ଦିନ ଧରି ଉତ୍ତର - ପୂର୍ବାଂଚଳରେ ଯେଉଁ ହିଂସାତ୍ମକ ଘଟଣା ଘଟଣାର ଖବର ଆସୁଥିଲା, ବିଚ୍ଛିନ୍ନତାବାଦର ଖବର ଆସୁଥିଲା । ବୋମା, ବନ୍ଧୁକ, ପିସ୍ତୋଲର ଘଟଣା ଶୁଣିବାକୁ ମିଳୁଥିଲା । କିନ୍ତୁ ଆଜି ଏକ ସଶସ୍ତ୍ର ବଳ ସ୍ୱତନ୍ତ୍ର ଶକ୍ତି ଆଇନ, ଯାହା ତିନିତିନି, ଚାରିଚାରି ଦଶକ ଧରି ଲାଗୁ ହୋଇଥିଲା, ଆଜି ମୁଁ ଖୁସୀ ଯେ, ଆମର ସୁରକ୍ଷାବଳର ପ୍ରୟାସ ଯୋଗୁଁ, ରାଜ୍ୟ ସରକାରଙ୍କର ସକ୍ରିୟତାର କାରଣରୁ, କେନ୍ଦ୍ର ଏବଂ ରାଜ୍ୟର ବିକାଶ ମୂଳକ ଯୋଜନାଗୁଡିକ ଯୋଗୁଁ, ଯେତେବେଳେ ଜନ-ସାଧାରଣଙ୍କୁ ଯୋଡିବାର ପ୍ରୟାସର ପରିଣାମ ହୋଉଛି କି ଆଜି ଅନେକ ବର୍ଷ ପରେ ତ୍ରିପୁରା ଏବଂ ମେଘାଳୟ ସଂମ୍ପୂର୍ଣ୍ଣ ଭାବେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଶକ୍ତି ଆଇନରୁ ମୁକ୍ତ ହୋଇ ଯାଇଛି ।

ଅରୁଣାଚଳ ପ୍ରଦେଶର ମଧ୍ୟ କେତେକ ଜିଲ୍ଲା ଏଥିରୁ ମୁକ୍ତ ହୋଇ ଯାଇଛି । ହାତଗଣତି ଜିଲ୍ଲାରେ ଏବେ ଏହି ସ୍ଥିତି ରହିଛି । ବାମପନ୍ଥୀ ଉଗ୍ରବାଦ, ମାଓବାଦ ଦେଶକୁ ରକ୍ତ ରଂଜିତ କରୁଛି । କିଛି ଦିନ ହେବ ହିଂସାତ୍ମକ ଘଟଣା ଘଟାଇବା, ପଳାଇ ଯିବା, ଜଙ୍ଗଲରେ ଲୁଚିଯିବା, କିନ୍ତୁ ଆମ ସୁରକ୍ଷାବଳର କ୍ରମାଗତ ପ୍ରୟାସ ଯୋଗୁଁ, ବିକାଶର ନୂଆ ନୂଆ ଯୋଜନା ଯୋଗୁଁ ଜନ ସାଧାରଣଙ୍କୁ ଯୋଡ଼ିବାର ପ୍ରୟାସ ଯୋଗୁଁ ବାମପନ୍ଥୀ ଉଗ୍ରବାଦ 126ଟି ଜିଲ୍ଲାରେ ମୃତ୍ୟୁର ଛାଇ ପରି ଜୀବନ ବିତାଇବାକୁ ବାଧ୍ୟ କରୁଥିଲା । କିନ୍ତୁ ଆଜି ତାହା ହ୍ରାସ ପାଇ ପାଖାପାଖି 90 ଟି ଜିଲ୍ଲା ମଧ୍ୟକୁ ଆସି ଯାଇଛି । ବିକାଶ ଏବେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଭାଇ ଓ ଭଉଣୀମାନେ, ଜାମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗରେ ଅଟଳ ବିହାରୀ ବାଜପେୟୀ ଆମକୁ ଯେଉଁ ରାସ୍ତା ଦେଖାଇଛନ୍ତି ସେହି ରାସ୍ତା ହେଉଛି ଠିକ୍ । ସେ ରାସ୍ତାରେ ଆମେ ଚାଲିବାକୁ ଚାହୁଁଛୁ । ବାଜପେୟୀ କହିଥିଲେ ଇନସାନିୟତ୍, ଜାମ୍ମୁରିୟତ୍ ଏବଂ କାଶ୍ମୀରିୟତ୍ - ଏହି ତିନୋଟି ମୌଳିକ ପ୍ରସଙ୍ଗକୁ ନେଇ ଆମେ କାଶ୍ମୀରର ବିକାଶ କରି ପାରିବା । ସେ ଲଦାଖ ହେଉ, ସେ ଜାମ୍ମୁ ହେଉ ଅଥବା ଶ୍ରୀନଗର ଉପତ୍ୟକା, ସନ୍ତୁଳିତ ବିକାଶ ହେଉ, ସମାନ ବିକାଶ ହେଉ, ସେଠାକାର ସାଧାରଣ ମଣିଷଙ୍କର ଆଶା ଆକାଂକ୍ଷା ପୂରଣ ହେଉ, ଭିତ୍ତିଭୂମିକୁ ଶକ୍ତି ମିଳୁ ଆଉ ଏହା ସହିତ ପ୍ରତିଟି ଜନ ସାଧାରଣଙ୍କୁ କୋଳାଗ୍ରତ କରି ଚାଲିବା । ଏହି ଭାବନା ସହିତ ଆମେ ଆଗକୁ ବଢ଼ିବା ପାଇଁ ଚାହୁଁଛୁ । ଆମେ ଗୁଳି ଏବଂ ଗାଳିର ରାସ୍ତାରେ ନୁହେଁ, କୋଳାଗ୍ରତ କରି ମୋ କାଶ୍ମୀରରେ ଦେଶଭକ୍ତିର ସହିତ ବଂଚୁଥିବା ଲୋକଙ୍କ ସହ ଆଗକୁ ବଢ଼ିବାକୁ ଚାହୁଁଛୁ ।

ଭାଇ ଓ ଭଉଣୀମାନେ, ଜଳସେଚନ ପ୍ରକଳ୍ପ ଆଗକୁ ବଢ଼ୁଛି । ଆଇଆଇଟି, ଆଇଆଇଏମ୍, ଏମ୍ସର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଡାଲ ହ୍ରଦର ପୁନଃନିର୍ମାଣ, ପୁନରୁଦ୍ଧାରର କାର୍ଯ୍ୟ ମଧ୍ୟ ଆମେ ଚାଲୁରଖିଛୁସବୁଠାରୁ ବଡ଼ କଥା ହେଉଛି ଆଗାମୀ ଦିନରେ ଜାମ୍ମୁ କାଶ୍ମୀରର ଗାଁର ପ୍ରତ୍ୟେକ ଲୋକ ମୋ ପାଖରେ ଏକ ବର୍ଷ ଧରି ଦାବି କରି ଆସୁଥିଲେ, ସେଠାକାର ସରପଂଚ ମୋତେ ଶହ ଶହ ସଂଖ୍ୟାରେ ଆସି ସାକ୍ଷାତ କରୁଥିଲେ ଆଉ ସେମାନେ ଦାବି କରିଥିଲେ କି ଜାମ୍ମୁ କାଶ୍ମୀରରେ ପଂଚାୟତ ଏବଂ ସ୍ଥାନୀୟ ସଂସ୍ଥାର ନିର୍ବାଚନ କରାନ୍ତୁ । କୌଣସି ନା କୌଣସି କାରଣରୁ ତାହା ଅଟକି ରହିଥିଲା । ମୁଁ ଖୁସି ଯେ ଆଗାମୀ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ଗାଁର ଲୋକମାନଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ମିଳିବ । ନିଜର ସ୍ୱୟଂ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବାର ସୁଯୋଗ ମିଳିବ । ଏବେ ତ, ଭାରତ ସରକାରଙ୍କ ଠାରୁ ଏତେ ବଡ଼ ସଂଖ୍ୟାରେ ଯେଉଁ ଅର୍ଥ ସିଧା ଗାଁକୁ ଯାଉଛି ତ ଗାଁକୁ ଆଗକୁ ବଢ଼ିବା ପାଇଁ ସେଠାକାର ନିର୍ବାଚିତ ସରପଂଚଙ୍କ ପାଖରେ ଶକ୍ତି ଆସିବ । ଏଥିପାଇଁ ନିକଟ ଭବିଷ୍ୟତରେ ପଂଚାୟତ ନିର୍ବାଚନ ହେଉ, ସ୍ଥାନୀୟ ନଗର ପୌର ସଂସ୍ଥା ନିର୍ବାଚନ ହେଉ, ସେଦିଗରେ ଆମେ ଆଗକୁ ବଢ଼ୁଛୁ ।

ଭାଇ ଓ ଭଉଣୀମାନେ, ଆମକୁ ଦେଶକୁ ନୂତନ ଶିଖରକୁ ନେଇ ଯିବାକୁ ହେବ । ଆମର ମନ୍ତ୍ର ରହିଛି, ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶକୌଣସି ଭେଦଭାବ ନାହିଁ, କୌଣସି ମୋର - ତୁମର ନାହିଁ, କୌଣସି ପର - ଆପଣାର ନାହିଁ, କୌଣସି ଭାଇ - ପୁତୁରାବାଦ ନାହିଁ, ସମସ୍ତଙ୍କ ସହିତ ଅର୍ଥାତ ସମସ୍ତଙ୍କ ସହିତ । ଆଉ ଏଥିପାଇଁ ଆମେ ଏଭଳି ଲକ୍ଷ୍ୟ ସ୍ଥିର କରି ଚାଲିଛୁ । ଆଉ ମୁଁ ଆଜି ପୁଣି ଥରେ ଏହି ତ୍ରିରଙ୍ଗା ପତାକା ତଳେ ଠିଆ ହୋଇ, ଲାଲକିଲ୍ଲାର ପ୍ରାଚୀରରୁ କୋଟି କୋଟି ଦେଶବାସୀଙ୍କୁ  ସେହି ସଂକଳ୍ପକୁ ଦୋହରାଇବାକୁ ଚାହୁଁଛି କି, ସେହି ସଂକଳ୍ପର ଉଦ୍ଘୋଷଣା କରିବାକୁ ଚାହୁଁଛି, ଯେଉଁଥିପାଇଁ ଆମେ ନିଜକୁ ସମର୍ପିତ କରିଦେବା ପାଇଁ ପ୍ରସ୍ତୁତ ଅଛୁ ।

ପ୍ରତ୍ୟେକ ଭାରତୀୟଙ୍କ ପାଖରେ ନିଜର ଘର ହେଉ- ସମସ୍ତଙ୍କ ପାଇଁ ଘର, ପ୍ରତ୍ୟେକ ଘର ପାଖରେ ବିଜୁଳି ସଂଯୋଗ ହେଉ- ସମସ୍ତଙ୍କୁ ଶକ୍ତି । ପ୍ରତ୍ୟେକ ଭାରତୀୟଙ୍କୁ ରୋଷେଇ କଲାବେଳେ ଧୂଆଁରୁ ମୁକ୍ତି ମିଳୁ, ଆଉ ଏଥିପାଇଁ ସମସ୍ତଙ୍କ ନିମନ୍ତେ ରୋଷେଇ ଗ୍ୟାସ, ପ୍ରତ୍ୟେକ ଭାରତୀୟଙ୍କୁ ଆବଶ୍ୟକତା ଅନୁସାରେ ପାଣି ମିଳୁ, ଆଉ ଏଥିପାଇଁ ସମସ୍ତଙ୍କ ନିମନ୍ତେ ଜଳ, ପ୍ରତ୍ୟେକ ଭାରତୀୟଙ୍କୁ ଶୌଚାଳୟ ମିଳୁ, ଆଉ ଏଥିପାଇଁ ସମସ୍ତଙ୍କ ନିମନ୍ତେ ପରିମଳ ବ୍ୟବସ୍ଥା, ପ୍ରତ୍ୟେକ ଭାରତୀୟଙ୍କୁ କୌଶଳ ମିଳୁ ଆଉ ଏଥିପାଇଁ ସମସ୍ତଙ୍କ ନିମନ୍ତେ ଦକ୍ଷତା, ପ୍ରତ୍ୟେକ ଭାରତୀୟଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ମିଳୁ, ଏଥି ନିମନ୍ତେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷା ମିଳୁ, ସୁରକ୍ଷାର ବୀମା କବଚ ମିଳୁ, ଆଉ ଏଥିପାଇଁ ସମସ୍ତଙ୍କ ନିମନ୍ତେ ବୀମା, ପ୍ରତ୍ୟେକ ଭାରତୀୟଙ୍କୁ ଇଂଟରନେଟ ସେବା ମିଳୁ, ଆଉ ଏଥିପାଇଁ ସମସ୍ତଙ୍କ ନିମନ୍ତେ ଯୋଗାଯୋଗ ବ୍ୟବସ୍ଥା, ଏହି ମନ୍ତ୍ରକୁ ନେଇ ଆମେ ଦେଶକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ ।

ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଲୋକମାନେ ମୋ ବିଷୟରେ ମଧ୍ୟ କେତେ କଥା କହୁଛନ୍ତି କିନ୍ତୁ ଯାହା କିଛି ମଧ୍ୟ କହୁଛନ୍ତି, ମୁଁ ଆଜି ସାର୍ବଜନିକ ଭାବରେ କିଛି କଥାକୁ ସ୍ୱୀକାର କରିବାକୁ ଚାହୁଁଛି କି ମୁଁ ହେଉଛି ଧୈର୍ଯ୍ୟହରା କାରଣ ଅନେକ ଦେଶ ଆମଠାରୁ ଆଗକୁ ଚାଲି ଯାଇଛନ୍ତି, ମୁଁ ହେଉଛି ଧୈର୍ଯ୍ୟହରା କାରଣ ମୋ ଦେଶକୁ ଏହି ସମସ୍ତ ଦେଶ ସହିତ ମଧ୍ୟ ଆଗକୁ ନେଇ ଯିବାକୁ ବ୍ୟସ୍ତ ବିବ୍ରତ ଅଛି । ମୁଁ ବ୍ୟସ୍ତ ବିବ୍ରତ ଅଛି, କାରଣ ମୋ ପ୍ରିୟ ଦେଶବାସୀମାନେ, ମୁଁ ଧୈର୍ଯ୍ୟହରା ମଧ୍ୟ ହୋଇ ପଡ଼ିଛି, ମୁଁ ବ୍ୟସ୍ତ ବିବ୍ରତ ମଧ୍ୟ ହୋଇ ପଡ଼ିଛି । ମୁଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛି କାରଣ ଆମ ଦେଶର ପିଲାମାନଙ୍କୁ ବିକାଶ କ୍ଷେତ୍ରରେ ଆଗେଇ ନେବାକୁ ହେବ କୁପୋଷଣ ଏକ ବହୁତ ବଡ଼ ପ୍ରତିବନ୍ଧକ ହୋଇଛି । ଏକ ବହୁତ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ମୋତେ ମୋ ଦେଶକୁ କୁପୋଷଣରୁ ମୁକ୍ତ କରିବାର ଅଛି, ଏଥିପାଇଁ ମୁଁ ବ୍ୟସ୍ତ ବିବ୍ରତ ମଧ୍ୟ ହୋଇ ପଡ଼ିଛି । ମୋ ଦେଶବାସୀମାନେ ମୁଁ ବ୍ୟାକୁଳ ହେଉଛି କାରଣ ଗରିବ ଲୋକଙ୍କ ପର୍ଯ୍ୟନ୍ତ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିବ୍ୟାପ୍ତ ହେଉ, ଏଥିପାଇଁ ମୁଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛି ଫଳରେ ମୋ ଦେଶର ସାଧାରଣ ବ୍ୟକ୍ତି ମଧ୍ୟ ରୋଗ ବିରୁଦ୍ଧରେ ଲଢ଼େଇ କରିପାରୁ, ମୁକାବିଲା କରିପାରୁ ।

ଭାଇ ଓ ଭଉଣୀ ମାନେ, ମୁଁ ମଧ୍ୟ ବ୍ୟାକୁଳ ହେଉଛି, ବ୍ୟଗ୍ର ମଧ୍ୟ ହେଉଛି କାରଣ ନିଜ ନାଗରିକଙ୍କୁ ଗୁଣାତ୍ମକ ଜୀବନ, ସହଜରେ ସହାବସ୍ଥାନର ସୁଯୋଗ ପ୍ରଦାନ କରାଯାଉ, ସେଥିରେ ମଧ୍ୟ ସୁଧାର ଆସୁ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ମଧ୍ୟ ବ୍ୟାକୁଳ ହେଉଛି, ବ୍ୟଗ୍ର ମଧ୍ୟ ହେଉଛି, ମୁଁ ମଧ୍ୟ ଅଧିର ହୋଇ ଉଠୁଛି । କାରଣ ଚତୁର୍ଥ ଶିଳ୍ପ ବିପ୍ଳବ ଆସିଛି, ଯାହା ହେଉଛି ଜ୍ଞାନର ଅଧିଷ୍ଠାନ ଉପରେ ଚାଲୁଥିବା ଚତୁର୍ଥ ଶିଳ୍ପ ବିପ୍ଳବ, ସେହି ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ଆଇଟି, ଯେଉଁମାନଙ୍କର ଆଙ୍ଗୁଠିର ଅଗ୍ରଭାଗରେ ଅଛି, ମୋ ଦେଶ ତାହାର ନେତୃତ୍ୱ ନେଉ । ସେଥିପାଇଁ ମୁଁ ଅଧିର ଓ ବ୍ୟାକୁଳ ହେଉଛି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ମଧ୍ୟ ଆତୁର ହେଉଛି କାରଣ ଚାହୁଁଛି କି ଦେଶ ନିଜ କ୍ଷମତା ଏବଂ ସଂସାଧନର ସଂପୂର୍ଣ୍ଣ ଲାଭ ଉଠାଉ ଆଉ ବିଶ୍ୱରେ ଗର୍ବ ଓ ଗୌରବର ସହିତ ଆମେ ଆଗକୁ ବଢ଼ିଚାଲୁ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ ଯାହା ଅଛୁ କାଲି ତାଠାରୁ ମଧ୍ୟ ଆଗକୁ ବଢ଼ିବାକୁ ଚାହୁଁଛୁ । ଆମକୁ ସ୍ଥିରତା ମଞ୍ଜୁର ନୁହେଁ । ଆମକୁ ଅଟକିଯିବା ମଞ୍ଜୁର ନୁହେଁ ଆଉ ମୁଣ୍ଡ ନୁଆଁଇବା ତ ଆମର ସ୍ୱଭାବରେ ନାହିଁ । ଏହି ଦେଶ ନା ଅଟକିବ, ନା ମୁଣ୍ଡ ନୁଆଁଇବ, ଏହି ଦେଶ ନା ଥକି ଯିବ, ଆମକୁ ନୂତନ ଶିଖରକୁ ଆଗକୁ ଚାଲିବାର ଅଛି, ତ୍ତରୋତ୍ତର ପ୍ରଗତି କରି ଚାଲିବାର ଅଛି ।

ଭାଇ ଓ ଭଉଣୀ ମାନେ, ବେଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ଚିର ପୁରାତନ ପରମ୍ପରାରେ ଆମେ ହେଉଛୁ ଧନୀ । ଆମ ଉପରେ ଏହି ପରମ୍ପରାର ଆଶୀର୍ବାଦ ରହିଛି । ସେହି ପରମ୍ପରାର ଯାହା ଆମର ଆତ୍ମବିଶ୍ୱାସ ଯୋଗୁଁ ବଳବତ୍ତର ରହିଛି । ତାହାକୁ ନେଇ ଆମେ ଭବିଷ୍ୟତରେ ଆହୁରି ଆଗକୁ ବଢ଼ିବାକୁ ଚାହୁଁଛୁ । ଆଉ ମୋର ପ୍ରିୟ ଦେଶବାସୀଗଣ, ଆମେ କେବଳ ଭବିଷ୍ୟତ ଦେଖି ରହିବା ପର୍ଯ୍ୟନ୍ତ ଚାହୁଁ ନାହୁଁ । କିନ୍ତୁ ଭବିଷ୍ୟତର ସେହି ଶିଖର ପର୍ଯ୍ୟନ୍ତ ମଧ୍ୟ ପହଂଚିବାକୁ ଚାହୁଁଛୁ । ଭବିଷ୍ୟତର ଶିଖରର ସ୍ୱପ୍ନ ନେଇ ଆମେ ଚାଲିବାକୁ ଚାହୁଁଛୁ । ଆଉ ଏଥିପାଇଁ ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣ ମାନଙ୍କୁ ଏକ ନୂତନ ଆଶା ଏକ ନୂତନ ଉତ୍ସାହ, ଏକ ନୂତନ ବିଶ୍ୱାସ ଦେବାକୁ ଚାହୁଁଛି, ଦେଶ ସେହି ପଥରେ ଚାଲେ ଦେଶ ସେହି ମାଧ୍ୟମରେ ବଦଳିଥାଏ ଆଉ ଏଥିପାଇଁ ମୋର ପ୍ରିୟ ଦେଶବାସୀଗଣ....

ଅପ୍ନେ ମନ୍ ମେଁ ଏକ ଲକ୍ଷ୍ୟ ଲିଏ,

(ନିଜ ମନରେ ଏକ ଲକ୍ଷ୍ୟ ନେଇ)

ଅପ୍ନେ ମନ୍ ମେଁ ଏକ ଲକ୍ଷ୍ୟ ଲିଏ,

(ନିଜ ମନରେ ଏକ ଲକ୍ଷ୍ୟ ନେଇ)

ମଞ୍ଜିଲ ଅପ୍ନି ପ୍ରତ୍ୟକ୍ଷ ଲିଏ,

(ନିଜ ଲକ୍ଷ୍ୟକୁ ସମ୍ମୁଖରେ ନେଇ)

ଅପ୍ନେ ମନ୍ ମେଁ ଏକ ଲକ୍ଷ୍ୟ ଲିଏ,

(ନିଜ ମନରେ ଏକ ଲକ୍ଷ୍ୟ ନେଇ)

ମଞ୍ଜିଲ ଅପ୍ନି ପ୍ରତ୍ୟକ୍ଷ ଲିଏ ହମ ତୋଡ଼ ରହେ ହେଁ ଜଞ୍ଜିରେଁ,

(ନିଜ ଲକ୍ଷ୍ୟକୁ ସମ୍ମୁଖରେ ନେଇ, ଆମେ ଶୃଙ୍ଖଳକୁ ଛିଣ୍ଡାଉଛୁ)

ହମ ତୋଡ଼ ରହେ ହେଁ ଜଞ୍ଜିରେଁ,

(ଆମେ ଶୃଙ୍ଖଳକୁ ଛିଣ୍ଡାଉଛୁ)

ହମ ବଦଲ ରହୈ ହେଁ ତସ୍ୱିରେଁ,

(ଆମେ ବଦଳାଉଛୁ ପ୍ରତିରୂପ)

ୟେ ନବଯୁଗ ହୈ, ୟେ ନବଯୁଗ ହୈ

(ଏହା ହେଉଛି ନବ ଯୁଗ, ଏହା ହେଉଛି ନୂତନ ଯୁଗ)

ୟେ ନବ ଭାରତ ହୈ, ୟେ ନବଯୁଗ ହୈ

(ଏହା ହେଉଛି ନବ ଭାରତ, ଏହା ହେଉଛି ନବ ଯୁଗ)

ୟେ ନବ ଭାରତ ହୈ ।

(ଏହା ହେଉଛି ନବ ଭାରତ) ।

ଖୁଦ୍ ଲିଖେଙ୍ଗେ ଅପନି ତକଦୀର, ହମ ବଦଲ ରହୈ ହେଁ ତସ୍ୱୀର,

(ଆମେ ଲେଖିବା ନିଜର ଭାଗ୍ୟ, ଆମେ ବଦଳାଉଛୁ ପ୍ରତିଛବି)

ଖୁଦ୍ ଲିଖେଙ୍ଗେ ଅପନି ତକଦୀର, ୟେ ନବଯୁଗ ହୈ, ୟେ ନବ ଭାରତ ହୈ,

(ଆମେ ଲେଖିବା ନିଜର ଭାଗ୍ୟ, ଏହା ହେଉଛି ନବ ଯୁଗ, ଏହା ହେଉଛି  ନବ ଭାରତ)

ହମ୍ ନିକଲ ପଡେ ହୈ, ହମ୍ ନିକଲ ପଡେ ହୈ ପ୍ରଣ କରକେ,

(ଆମେ ବାହାରି ପଡିଛୁ, ଆମେ ପଣ କରି ବାହାରି ଆସିଛୁ)

ହମ୍ ନିକଲ ପଡେ ହୈ ପ୍ରଣ କରକେ, ଅପନା ତନମନ ଅର୍ପଣ କରକେ,

(ଆମେ ସଂକଳ୍ପ କରି ବାହାରି ଆସିଛୁ, ନିଜର ଶରୀର ଓ ମନକୁ ଅର୍ପଣ କରି)

ଅପନା ତନମନ ଅର୍ପଣ କରକେ, ଜିଦ୍ ହୈ, ଜିଦ୍ ହୈ, ଜିଦ୍ ହେ

(ନିଜର ଶରୀର ଓ ମନକୁ ଅର୍ପଣ କରି, ଜିଦ୍ କରି, ଜିଦ୍ କରି, ଜିଦ୍ କରି)

ଏକ୍ ସୂର୍ଯ୍ୟ ଉଗାନା ହୈ, ଜିଦ୍ ହୈ ଏକ୍ ସୂର୍ଯ୍ୟ ଉଗାନା ହୈ,

(ଗୋଟିଏ ସୂର୍ଯ୍ୟ ଉଦୟ କରିବାର ଅଛି, ଜିଦ୍ ଅଛି ଗୋଟିଏ ସୂର୍ଯ୍ୟ ଉଦୟ କରିବାର ଅଛି)

ଅମ୍ବରସେ ଉଚ୍ଚା ଜାନା ହୈ, ଅମ୍ବରସେ ଉଚ୍ଚା ଜାନା ହୈ,

(ଆକାଶଠାରୁ ଉପରକୁ ଛୁଇଁବାର ଅଛି, ଆକାଶଠାରୁ ଉପରକୁ ଯିବାର ଅଛି)

ଏକ ଭାରତ ନୟା ବନାନା ହୈ, ଏକ ଭାରତ ନୟା ବନାନା ହୈ ।’’

(ଗୋଟିଏ ନୂତନ ଭାରତ ନିର୍ମାଣ କରିବାର ଅଛି, ଏକ ନୂତନ ଭାରତ ନିର୍ମାଣ କରିବାର ଅଛି) ।’’

ମୋର ପ୍ରିୟ ଦେଶବାସୀଗଣ, ପୁଣି ଥରେ ସ୍ୱାଧୀନତାର ଏହି ପବିତ୍ର ପର୍ବରେ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଇ, ଆସନ୍ତୁ ଜୟ ହିନ୍ଦ୍ ମନ୍ତ୍ର ସହିତ ଉଚ୍ଚ ସ୍ୱରରେ ମୋ ସହିତ କହିବେ, ଜୟ ହିନ୍ଦ୍, ଜୟ ହିନ୍ଦ୍, ଜୟ ହିନ୍ଦ୍, ଜୟ ହିନ୍ଦ୍, ଭାରତମାତା କୀ ଜୟ, ଭାରତମାତା କୀ ଜୟ, ଭାରତମାତା କୀ ଜୟ, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍ । 

 

**********